ଜଳଖିଆ ଦୋକାନୀ ଗରମ ତେଲ ଫିଙ୍ଗିବାରୁ ଜଣେ ଗୁରୁତର

ଫୋକସ ପ୍ଲସ(ବାଲିଗୁଡା): ସନ୍ଧ୍ଯା ସମୟରେ ଜଳଖିଆ ଖାଇବା ପାଇଁ ଜଳଖିଆ ଦୋକାନକୁ ଆସିଥିଲା ଜଣେ ଯୁବକ |ଦୋକାନୀ ଓ ଗ୍ରାହକ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା |ଆଉ ହିଁସା ପରାୟଣ ହୋଇପଡିଥିଲେ ଜଳଖିଆ ଦୋକାନୀ ଜଣଙ୍କ |ଉକ୍ତ ଯୁବକଙ୍କ ଉପରକୁ ଫୋପାଡ଼ି ଦେଇଥିଲେ ଆଞ୍ଚ ରେ ଫୁଟୁଥିବା ଗରମ ତେଲ | ଏବେ ସେ ଯୁବକ ଜଣଙ୍କ କଟକ ବଡ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି |ସୂଚନାନୁଯାୟୀ ଜାଜପୁର ବାଲିଚନ୍ଦ୍ରପୁର ବଜାରକୁ ସେହି ଗ୍ରାମର ପ୍ରସନଜିତ ପରିଡା ବାଲିଚନ୍ଦ୍ରପୁର ବଜାରର ସରସ୍ଵତୀ ବଜାର ନିକଟରେ ଥିବା ପ୍ରଭାକର ସାହୁଙ୍କ ଜଳଖିଆ ଦୋକାନକୁ ଜଳଖିଆ ଖାଇବା ପାଇଁ ଯାଇଥିଲେ | ସେହି ସମୟରେ କୌଣସି କାରଣରୁ ଦୋକାନ ଭିତରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା |

ଯାହାକୁ ନେଇ ଉତ୍ୟକ୍ତ ହୋଇ ଜଳଖିଆ ଦୋକାନୀ ପ୍ରଭାକର ପ୍ରସନ୍ନଜିତ ଙ୍କ ଉପରକୁ ଗରମ୍ ତେଲ ଫୋପାଡ଼ି ଥିଲା | ପରେ ପ୍ରସନ୍ନଜିତ ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା | ପରେ ପ୍ରସନଜିତ ଙ୍କ ମା ଶିଶିରକାନ୍ତି ପରିଡା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ | ଏବେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି ପ୍ରସନଜିତ ହେଲେ ଘଟଣା କୁ ତିନି ଦିନ ହୋଇଥିବା ବେଳେ ଅଭିଯୁକ୍ତ ପ୍ରଭାକର ଫେରାର ଥିବା ଜଣା ପଡିଛି | ତେବେ ବାଲିଚନ୍ଦ୍ରପୁର ଥାନା ପୋଲିସ ୩୫୯/୨୨ ରେ ମାମାଲା ରୁଜୁ କରି ତଦନ୍ତ ଜାରି ରଖିଛି |

ପ୍ଲସ ବାଲିଚନ୍ଦ୍ରପୁରରୁ ନିହାର ରଞ୍ଜନ ସାମଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *