ବାଣ ଫୁଟାଇ ନଅ ବର୍ଷର ନାବାଳକ ଆହତ

ଫୋକସ ପ୍ଲସ(ଉଦଳା): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଖଡ଼ିଖାଣିଆ ଗ୍ରାମରେ ରାତ୍ର ସମୟରେ ଘଟି ଯାଇଛି ଏକ ଅଘଟଣ, ବାଣ ବିସ୍ପରଣ ରେ ଗ୍ରାମର ନଅ ବର୍ଷ ର ନା ବାଳକ ଆହତ ହୋଇ ଚିକିତ୍ସା ନିମନ୍ତେ ମେଡିକାଲରେ ହୋଇଛନ୍ତି ଭର୍ତି, ସୂଚନା ମୁତାବକ କପ୍ତିପଦା ଥାନା ତଥା କପ୍ତିପଦା ବ୍ଲକ ଅନ୍ତର୍ଗତ ମାଙ୍କଡ଼ପଡା ପଂଚାୟତର ଖଡ଼ିଖାଣିଆ ଗ୍ରାମର ଲକ୍ଷ୍ମଣ ସିଂ ଙ୍କ ନଅ ବର୍ଷର ନାବାଳକ ପୁତ୍ର ସୂର୍ଯ୍ୟ ସିଂ ଦୀପାବଳି ଅବସରରେ ରାତ୍ର ସମୟରେ ବାଣ ଫୁଟାଉଥିବା ବେଳେ କୌଣସି କାରଣ ବଶତଃ ବାଣଟି ସୂର୍ଯ୍ୟ ଙ୍କ ହାତରେ ଫୁଟି ଯାଇଥିଲା, ହାତରେ ବାଣ ଫୁଟି ଯିବା ଫଳରେ ସୂର୍ଯ୍ୟ ଙ୍କ ହାତରେ ଶକ୍ତ ଆଘାତ ଲାଗିଥିଲା , ସୂର୍ଯ୍ୟ ଙ୍କୁ ଘର ଲୋକେ ଉଦ୍ଧାର କରି ଏକ ଅଟୋ ସହାୟତାରେ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତି କରାଇଛନ୍ତି , ବାଣ ବିସ୍ପରଣ ରେ ସୂର୍ଯ୍ୟ ଙ୍କ ହାତ ଟି ଫୋଟକା ହୋଇ ଯାଇଥିବାର ଦେଖବାକୁ ମିଳିଛି, ସୂର୍ଯ୍ୟଙ୍କୁ ଆସୁ ଚିକିତ୍ସା କରା ଯାଇଥିବା ବେଳେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l

ଉଦଳାରୁ ଦିଲ୍ଲୀପ କୁମାର ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *