ବାପାଙ୍କୁ ସୁସ୍ଥ ରଖିବା ପାଇଁ ରୋହିଣୀ ସାଜିଲେ ଉଦାହରଣ ।

ଫୋକସ ପ୍ଲସ 5/12/2022(ବ୍ୟୁରୋ ): ବାପା ଝିଅର ସମ୍ପର୍କ କେତେ ମଧୁର ତାହା ସମସ୍ତଙ୍କୁ ଜଣା । ଏହାକୁ ଆଉଥରେ ପ୍ରମାଣ କରି ଦେଖାଇଛନ୍ତି ଲାଲୁ ଯାଦବଙ୍କ ଝିଅ ରୋହିଣୀ । କିଛି ମାସ ପୂର୍ବରୁ ଲାଲୁ ଯାଦବ ଅସୁସ୍ଥ ଥିଲେ । ଆଉ ତାଙ୍କର କିଡନୀ ସମସ୍ୟା ଥିଲା । ଏବେ ତାଙ୍କ ଦ୍ୱିତୀୟ ନମ୍ବର ଝିଅ ତାଙ୍କୁ କିଡନୀ ଦେଇଥିବା ଜଣାପଡିଛି । ରୋହିଣୀ ନିଜେହିଁ ଟ୍ୱିଟ କରି ଏବିଷୟ ଜଣାଇଛନ୍ତି । ଆଉ ମଧ୍ୟ ସେ ଏକ ଲେଖା ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି ସେ ଇଶ୍ୱରଙ୍କୁ କେବେ ଦେଖି ନାହାନ୍ତି କିନ୍ତୁ ଇଶ୍ୱରଙ୍କ ରୁପରେ ସେ ତାଙ୍କ ବାପାଙ୍କୁ ଦେଖିଛନ୍ତି । ଏହି ଲେଖାଟି ସମସ୍ତଙ୍କ ଭାବବିହ୍ୱଳ କରିଥିବା ବେଳେ ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି । ଲାଲୁଙ୍କ ଝିଅ ଏବଂ ଦୁଇଟି ପୁଅ ଭିତରୁ ରୋହିଣୀ ଦ୍ୱିତୀୟ ନମ୍ବର ଝିଅ ଅଟନ୍ତି । ଅନ୍ୟପଟେ ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ ପାଇଁ ମଧ୍ୟ ପାଟନାର ଦାନାପୁରରେ ବିଶେଷ ପୂଜାଅର୍ଚ୍ଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *