ବାପାଙ୍କ ଶବ ସତ୍କାର ବେଳେ ଗଛ ପଡ଼ି ପୁଅର ମୃତ୍ୟୁ |

କୋରାପୁଟ, ବୋରିଗୁମ୍ମା06/12(ଫୋକସ ପ୍ଲସ); ବାପାଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ କରିବା ବେଳେ ପୁଅ ଶବ ପାଲଟିଗଲା।ଏଭଳି ହୃଦୟ ବିଦାରୋକ ଘଟଣା ଘଟିଛି କୋରାପୁଟ କାମତା ଅଞ୍ଚଳରେ।ଗତ ରାତିରେ ଲକ୍ଷଣ ମଣ୍ଡଳ କୋରାପୁଟ ରେ ମୃତ୍ୟୁ ବରଣ କରିଥିଲେ ତାଙ୍କୁ ନିଜ ଗ୍ରାମ କାମତା କୁ ଶବ ସତ୍କାର ପାଇଁ ଆଣିଥିଲେ ପରିବାର ଲୋକେ।ଆଜି ସକାଳୁ ସକାଳୁ ଶବ ସତ୍କାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ପୁଅ ବେଣୁଧର ମଣ୍ଡଳ ଙ୍କ ମୁଣ୍ଡ ଉପରେ ଏକ ଗଛର ଡାଳ ପଡି ଯାଇ ଗଭୀର ଆଘାତ ଲାଗିବା ଫଳରେ ସଙ୍ଗେ ସଙ୍ଗେ ପରିବାର ଲୋକେ ବୋରିଗୁମ୍ମା ମେଡ଼ିକାଲକୁ ଆଣିଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ସମ୍ପର୍କରେ ଖବର ପ୍ରଚାର ପରେ କାମତା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *