ବାବାଙ୍କ ଚମତ୍କାର

ଫୋକସ ପ୍ଲସ ୧୭/୦୬/୨୨(ଜଲେଶ୍ୱର): ବାବାଙ୍କ କାରନାମା ବିଷୟରେ ଜାଣିଲେ ଆପଣବି ଚମକି ପଡିବେ | ଜଣେ ଏମିତି ବାବା ଯେ ଏବେ ଚର୍ଚ୍ଚା ବିଷୟ ପାଲଟିଛନ୍ତି |ବାଲେଶ୍ୱର ଜିଲ୍ଲାର ଜଲେଶ୍ୱର ଥାନ ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବରେ ଜଣେ ଭଣ୍ଡ ବାବା ଲୋକ ମାନଙ୍କୁ ପ୍ରତ୍ୟେକ ଦିନ ସକାଳ 6 ରୁ ଠକିବା ଆରମ୍ଭ କରନ୍ତି ରାତି ୯ ଟା ପର୍ଯ୍ୟନ୍ତ |ବାହାଦୁରି ମାରି ଭଣ୍ଡ କଥା କହି ଗୁଣି ଗାରଡ଼ି କରି ଦେବା କଥା କହି ଭୁଆଁ ବୁଲାଇ ଲୋକମାନଙ୍କ ଠାରୁ ଟଙ୍କା ଠକି ନେଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି l ଜଲେଶ୍ୱର ଥାନା ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହି ବେଆଇନ ଭାବରେ ଗୁଣି ଗାରଡ଼ି କାର୍ଯ୍ୟ କରୁଥିବା ଭଣ୍ଡ ବାବାର ଚେର ପାଉ ନାହାନ୍ତି ପୋଲିସ |ନା ଜାଣିଶୁଣି ଲାଞ୍ଚ ନେଇ ଚୁପ ରହି ବସିଛନ୍ତି ଥାନାବାବୁ ମାନେ l ଜଲେଶ୍ୱର ଥାନା ଅଧିକାରୀ ବ୍ରାଉନ ସୁଗାର ଧରି ବାହା ବାହା ନେଉ ଥିଲା ବେଲେ ତାଙ୍କ ପାଇଁ ଏହା ବଡ ଚାଲେଞ୍ଚ ସୃଷ୍ଟି କରିଛି l ତେବେ ଏହା ଦେଖିବାକୁ ବାକି ରହିଲା ଭଣ୍ଡ ବାବାଙ୍କ ପର୍ଦାଫାଶ ପାଇଁ ପୋଲିସ କଣ ପଦକ୍ଷେପ ନେଉଛି |

Leave a Reply

Your email address will not be published. Required fields are marked *