ବାବା ବଳିଆଙ୍କ ନିଆରା ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର: ସମାଜରେ ସଂସ୍କାର,ସମାଜରେ ପରିବର୍ତ୍ତନ ଓ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା ବାସ୍ତବବାଦୀ ସାଧୁ ତଥା ଆଧ୍ୟାତ୍ମିକ ଗୁରୁ ପୂଜ୍ୟପୂଜକ ବାବା ବଳିଆଙ୍କ ଦ୍ୱାରା ନିଆରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବୀଣାପାଣି ମଣ୍ଡପ ପରିସରରେ ଆମ ସମାଜ ଓ ଆମ ପରିବାର ଶିର୍ଷକ ଏକ ସମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ହଜାର ହଜାର ଅନୁଗାମୀ ଶ୍ରଦ୍ଧାଳୁଙ୍କ ଗହଣରେ ତିନିଦିନ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମଦ ବାବା ବଳିଆଙ୍କ ଆମ ସମାଜ ଆମ ପରିବାର ଉପରେ ଦୀକ୍ଷାନ୍ତ ପ୍ରବଚନ ସହ ବିଶ୍ୱଶାନ୍ତି ପ୍ରାର୍ଥନା, ସଦଗୁରୁ ମାନଙ୍କ ପୂଜନ,ନାମ ଯଜ୍ଞ,ଅର୍ନ୍ନ ଯଜ୍ଞ, ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା, ବୃକ୍ଷଚାରା ବଣ୍ଟନ ଆଦି ସେବା ମୂଳକ କାର୍ଯ୍ୟକ୍ରମ ସହ ମଣ୍ଡାବଣ ମହାପୁରୁଷଙ୍କ ଅଭିଷେକ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଅବସରରେ ବାବା ବଳିଆଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।ସାମ୍ବାଦିକ ସମ୍ମିଳନୀରେ ବାବା ବଳିଆ କହିଥିଲେ ବ୍ୟକ୍ତି ଜୀବନରେ ପରିବାର ପ୍ରିତି ନରହିଲେ ସମାଜ ସୁଧୁରିବା ଅସମ୍ଭବ।ପିଲାମାନଙ୍କୁ ସଂସ୍କାର ଦେବା ସହ ବୃଦ୍ଧ ପିତାମାତାଙ୍କୁ ଉପଯୁକ୍ତ ଯତ୍ନଦେବା ଉଚିତ।ପାରମ୍ପରିକ ଉତ୍ସବରୁ ପତିହରା ମାଆମାନଙ୍କୁ ଦୂରେଇ ରଖିବା ଉଚିତ ନୁହେଁ।ସେହିପରି ଆମ ରାଜ୍ୟରେ ତଥା ଦେଶରେ ରାଜସ୍ୱ ପାଇଁ ଅନେକ ଉତ୍ସ ଥିବା ବେଳେ ମାଦକଦ୍ରବ୍ୟକୁ ସରକାର ବାରଣ କରିବା ଆବଶ୍ୟକ ବୋଲି କହିଛନ୍ତି।ଅନ୍ୟପକ୍ଷରେ ଆମ ରାଜ୍ୟ ଜଗନ୍ନାଥଙ୍କ ଦେଶ ଏଥିରେ କୌଣସି ଭାଷାଭିତ୍ତିକ କିମ୍ବା ଅଞ୍ଚଳଭିତ୍ତିକ ବିଭେଦତା ସୃଷ୍ଟି ହେବା ଉଚିତ ନୁହେଁ ବୋଲି କହିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଦେଶକୁ ମୃତ୍ୟୁ ପରେ ନିଜ ଶରୀରର ସମସ୍ତ ଅଙ୍ଗ ଦାନ କରିବେ ବୋଲି ଘୋଷଣା କରିଥିଲେ।
ବାଇଟ-ବାବା ବଳିଆ

Leave a Reply

Your email address will not be published. Required fields are marked *