ବାର୍ଷିକ ଅଧିବେଶନ କୃଷି ବ୍ୟବସାୟୀ ସଂଘ ନୂଆ କମିଟି ଚୟନ |

ଜୟପୁର, କୋରାପୁଟ 23/12/23 (ଫୋକସ ପ୍ଲସ); କୋରାପୁଟ ଜିଲ୍ଲା ‘ଜୟପୁର ଉପଖଣ୍ଡ ଖୁଚୁରା କୃଷି ବ୍ୟବସାୟୀ ସଂଘ’ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସାର, ବିହନ, କୀଟନାଶକ ବ୍ୟବହାର ସହ ବଦଳୁଥିବା ସରକାରୀ ନୀତି ଉପରେ ଅତିଥିମାନେ ଆଲୋଚନା କରିଛନ୍ତି। ଏ ଅବସରରେ ସଂଘର ନୂଆ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି। ସଭାପତି ଭାବେ ଉପେନ୍ଦ୍ର ପାଣିଗ୍ରାହୀ ସଭାପତି, ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ପାଢି ଏବଂ ଅନ୍ୟାନ୍ୟ ପଦ ଲାଗି କର୍ମ କର୍ତ୍ତା ଚୟନ କରାଯାଇଛି। ମନୋନୀତ କମିଟି ଆଗାମୀ ୩ ବର୍ଷ ଲାଗି କାମ କରିବ ବୋଲି ସଂଘ ପୂର୍ବତନ ସଭାପତି ଏମ୍. ଶ୍ରୀରାମ ମୂର୍ତ୍ତି କହିଛନ୍ତି। ଆଜି ପୂର୍ବାହ୍ନରେ ବୋରି ଗୁ ମ୍ମା ଟାଉନ ହଲ୍ ପରିସରରେ ଆୟୋଜିତ ବୈଠକରେ ସଭାପତିତ୍ୱ କରିଥିଲେ ଶ୍ରୀ ମୂର୍ତ୍ତି। ସଂଘ ଉପଦେଷ୍ଟା ବି. ନରସିଂହ ଦୋରାଙ୍କ ମୃତ୍ୟୁରେ ନିରବ ପ୍ରାର୍ଥ ନା କରାଯାଇଥିଲା। ଉପସଭାପତି ଉମାକାନ୍ତ ସାହୁ ସରକାରୀ ନୀତି ନିୟମ ବାବଦରେ ମତ ରଖିଥିଲେ । ଦେବୀପ୍ରସାଦ ମହାପି ସମ୍ପାଦକ ବିବରଣୀ ପାଠ କରିଥିଲେ। ପୁରୁଣା କମିଟି ଭଙ୍ଗ କରାଯିବା ନେଇ ସଭାପତି ଶ୍ରୀ ମୂର୍ତ୍ତି ଘୋଷଣା କରିଥିଲେ। ପରେ ନୂଆ କମିଟି ସର୍ବସମ୍ମତ ଚୟନ କରାଯାଇଥିଲା। ନୂଆ କମିଟିର ଉପସଭାପତି ଭାବେ କେଲା ସୁଧୀର, ସ ହ ସମ୍ପାଦକ କେ. ସଞ୍ଜୟ ପାତ୍ର, କୋଷାଧ୍ୟକ୍ଷ ଭାବେ ଏ. ଭାସ୍କର ରାଓଙ୍କୁ ମନୋନୀତ କରାଯାଇଥିଲା। ବିଭିନ୍ନ ବୃକ୍ ଲାଗି କର୍ମ କର୍ତ୍ତା ଚୟନ ହୋଇଥିଲା। ସେମାନେ ହେଲେ ବିଜୟ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ଶିଶୁ ରଞ୍ଜନ ପାତ୍ର, ଦେବାଶିଷ ତ୍ରିପାଠୀ, ଜଗନ୍ନାଥ ଭଟ୍ଟ, ପ୍ରଦୀପ୍ତ କୁମାର ନନ୍ଦ, ଭାସ୍କରଚନ୍ଦ୍ର ହୋତା, ଏମ. ରବି କୁମାର, ହୃଦାନନ୍ଦ ବିଶୋୟୀ, ଆର. ଉଦୟ କୁମାର, ଆଇନ ଉପଦେଷ୍ଟା ଦିନେଶ କୁମାର ବିଶୋୟୀ, ସ୍ବତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଭାବେ ଅଜିତ କୁମାର ସାହୁ ଏବଂ ଶରତଚନ୍ଦ୍ର ଦାଶ ।

Leave a Reply

Your email address will not be published. Required fields are marked *