କନ୍ଧମାଳ୨୮/୦୧/୨୦୨୪: କନ୍ଧମାଳ ଜିଲ୍ଲା ବାଲିଗୁଡାରେ କୀଟ ଓ କିସ ପକ୍ଷରୁ ଷଷ୍ଠ ମିନି ମାରାଥନ 2024 ଅନୁଷ୍ଠିତ ହୋଇଅଛି l କୀଟ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ 2016 ମସିହାରୁ ଆୟୋଜନ ହୋଈ ଆସୁଥିବା ମିନି ମାରାଥନ ଚଳିତ ବର୍ଷ “ସମସ୍ତଙ୍କ ପାଇଁ ଶିକ୍ଷା ” ଏଜୁକେସନ ଫର ଅଲ ନେଇ ଏହି ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏହି ମିନି ମାରାଥନ 2024 ଅବସରରେ ବାଲିଗୁଡା ସହରର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଯୁବ ବର୍ଗ ସାମିଲ ହୋଇଥିଲେ l କନ୍ଧମାଳ ସାଂସଦଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷ୍ୟକ ଅଜୟ ମହାରଣା, ବାଲିଗୁଡା ଏନ.ଏ.ସି ଅଧକ୍ଷ୍ୟ ଗୋବିନ୍ଦ ପ୍ରଧାନ ଓ ବାଲିଗୁଡା ବିଜେଡି ନଗର ସଭାପତି ଅବନୀକାନ୍ତ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଏହି ମିନି ମାରାଥନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ବାଲିଗୁଡା ଗାନ୍ଧୀ ଛକରୁ 400 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ ଯୁବ ବର୍ଗ ସାମିଲ ହୋଈ ସମସ୍ତଙ୍କ ପାଇଁ ଶିକ୍ଷାର ବାର୍ତ୍ତା ନେଇ ସ୍ଥାନୀୟ ଦଣ୍ଡ ପଦର ଯାଇଁ ଦୌଡ଼ିଥିଲେ l ପରେ ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ପହଁଚି କୀଟ ଓ କିସ ପକ୍ଷରୁ ଆୟୋଜିତ ଏକ ବୈଠକରେ ସାମିଲ ହୋଇଥିଲେ l ଏଥିରେ ମୁଖ୍ୟ ଅତିଥି ମାନଙ୍କୁ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରେରିତ ଉପହାର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ନିରନ୍ତର ଭାବେ ଶିକ୍ଷା ଓ ସମାଜ ସେବା ଜରିଆରେ ଶିକ୍ଷାର ବିକାଶ ସହ ଜନଜାତି ସଶକ୍ତିକରଣ ଓ ଶିକ୍ଷା କ୍ଷେତ୍ରରେ ଉଲେଖନୀୟ ଅବଦାନ ନେଇ କୀଟ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ସମସ୍ତଙ୍କ ପାଇଁ ଶିକ୍ଷାର ବାର୍ତ୍ତା ନେଇ ଏପରି ପ୍ରୟାସକୁ ନେଇ କୃତଜ୍ଞତା ଜ୍ଞାପନ କରିଥିଲେ ଅତିଥିବୃନ୍ଦ, ବୁଦ୍ଧିଜୀବୀ, ବାଲିଗୁଡା ସହର ବାସୀ ଓ ଉପସ୍ଥିତ ଛାତ୍ର ଛାତ୍ରୀ l