ବାଲିଘାଟ ନିଲାମ ଚୁକ୍ତିରେ ଅନ୍ୟମିତତା, କଂଗ୍ରେସର ଶାନ୍ତିପୂର୍ଣ ପ୍ରତିବାଦ

ଫୋକସ ପ୍ଲସ(ନୟାଗଡ)୦୬/୦୮/୨୦୨୨ : ଖଣ୍ଡପଡା ବ୍ଲକ କଂଗ୍ରେସ ପକ୍ଷରୁ ସିଧାମୂଳା ବାଲିଘାଟ ଚୁକ୍ତି ବାତିଲି ଦାବିରେ କଂଗ୍ରେସର ପ୍ରତିବାଦର ଶୋଭାଯାତ୍ରା | ଏହି ଶୋଭାଯାତ୍ରା ଖଣ୍ଡପଡା ଥାନା ଠାରୁ ଆରମ୍ଭ ହୋଇ ତହସିଲଦାରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିବା ସହିତ ତହସିଲଦାର ବିରୋଧରେ ନାରାବାଜି କରିଥିଲେ | ବ୍ଲକ କଂଗ୍ରେସ ସଭାପତି ଦେବବ୍ରତ ବେହେରା ଏବଂ ଜିଲ୍ଲା କଂଗ୍ରେସ ସଭାପତି ଆଇନିଜିବି ରଣଜିତ ଦାସଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା | ଜିଲ୍ଲା ସଭାପତି ରଣଜିତ ଦାସଙ୍କ ଅଭିଯୋଗ ଅନୁଯାଇ ଗତ ବର୍ଷେ ହେବ ବାଲିଘାଟ ବନ୍ଦ ଥିବାବେଳେ ନିଲାମପକ୍ରିୟାରେ ଦ୍ୱିତୀୟ ସର୍ବାଧିକ ବିଡର ଥିବା ବ୍ୟକ୍ତିଙ୍କ ସହ ଏଗ୍ରିମେଣ୍ଟ କରାଯାଇ ବାଲି ଉଠାଣ ପାଇଁ ଦିଆଯାଇଛି | ତେବେ ସରକାରୀ ନିୟମ ଅନୁଯାଇ ଲିଜିଧାରୀ ରାଜ୍ୟ ପ୍ରଦୂଷଣ ନିୟତ୍ରଣ ବୋର୍ଡ଼ ଠାରୁ କନସେଣ୍ଟ ଟୁ ଅପରେଟ ଏବଂ କନସେଣ୍ଟ ଟୁ ଏଷ୍ଟାବ୍ଲିଶମେଣ୍ଟ ଅନୁମତି ଆଣିବା ପରେ ୱାଇ ଫାର୍ମ ଈସୁ କରାଯାଇଥାଏ | ତେବେ ନିଲାମ ହାତେଇଥିବା ବ୍ୟକ୍ତି ଏଭଳି କୌଣସି ଅନୁମତି ଆଣି ନଥିବା ଜଣାପଡିଛି | ସିଧାମୂଳା ବାଲିଘାଟ ନିଲାମ ପ୍ରକ୍ରିୟାରେ ଖୋଦ ତହସିଲଦାରଙ୍କ ଜାଣତରେ ଟେଣ୍ଡର ବିଜ୍ଞପ୍ତିର ସର୍ତ୍ତାବଳିର ଖୋଲା ଉଲଘଂନ କରିବା ସହ, ବ୍ୟାପକ ଅନ୍ୟମିତତା କାର୍ଯ୍ୟ କରାଯାଇ ନିଲାମ ପ୍ରକ୍ରିୟା ଚୂଡାନ୍ତ ଯୋଗୁ ରାଜ୍ୟ ସରକାରୀ ପ୍ରାୟ ୧୨ କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ବୋଲି କଂଗ୍ରେସ ପକ୍ଷ୍ୟରୁ ଗତ ଜୁଲାଇ ୨୫ରେ ଅଭିଯୋଗ କରିବା ସହ, ୭ଦିନ ମଧ୍ୟ୍ୟରେ ପଦକ୍ଷେପ ନେବାକୁ ଦାବି କରିଥିଲା | ତେବେ ଜିଲ୍ଲାପାଳ ଏବଂ ତହସିଲଦାରଙ୍କ ଜାଣତରେ ବ୍ୟାପକ ରାଜସ୍ବ ହରିଲୁଟ ହେଉଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି | ଏଥିସହିତ ତହସିଲଦାରଙ୍କୁ ତୁରନ୍ତ ବହିଷ୍କାର ଏବଂ ବାଲିଘାଟ ଚୁକ୍ତି ବାତିଲ କରିବା ପାଇଁ ଜିଲ୍ଲା କଂଗ୍ରେସ ଦାବି କରିଛି | ନଚେତ ଆଗାମୀ ଦିନରେ ଆଇନି ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷ୍ୟରୁ ଚେତାବନୀ ଦିଆଯାଇଛି | ତେବେ ଏଥିପ୍ରତି ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

ନୟାଗଡ ଖଣ୍ଡପଡାରୁ ନାରାୟଣ ପଲେଇଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *