ବାଲେଶ୍ବରରେ ବୁଲିବ ଭୋଟର ସଚେତନତା ରଥ

ଫୋକସ ପ୍ଲସ(ବାଲେଶ୍ୱର): ବାଲେଶ୍ବର ଜିଲ୍ଲା ସଦର ମହକୁମାସ୍ଥିତ ସର୍କିଟ ହାଉସଠାରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି ଏବଂ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଭୋଟର ସଚେତନତା ରଥ ପରିଭ୍ରମଣର ଶୁଭାରମ୍ଭ କରିଛନ୍ତି।ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ନିତାନ୍ତ ଜରୁରୀ।ଏହି ସମସ୍ୟାର ସମାଧାନ କରି ଏକ ସଂପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା।ଏଥିପାଇଁ ଭୋଟର ସଚେତନତା ରଥ ପ୍ରତ୍ୟେକ ଜନସମାଗମ ସ୍ଥାନ ଯଥା ହାଟ,ବଜାର,ମେଳା ଆଦି ସ୍ଥାନରେ ରହି ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ।ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ତିନି ମାସ ଧରି ଚାଲିବାକୁ ଥିବା ବେଳେ ବାଲେଶ୍ଵର ଜିଲ୍ଲାରେ ଦୁଇଟି ରଥ ମାଧ୍ୟମରେ ବାରଟି ବ୍ଲକ ର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଥିଲେ,ଓ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ କିଶୋର ଚନ୍ଦ୍ର ସ୍ଵାଇଁ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

 

ବାଲେଶ୍ୱରରୁ ଗୁରୁ ପ୍ରସାଦ ବାରିକ୍

Leave a Reply

Your email address will not be published. Required fields are marked *