ବାଲେଶ୍ୱର ବନ୍ଦ ଡାକରା ଦେଲା ବିଜେପି

ଫୋକସ ପ୍ଲସ ୧୬/୬/୨୨(ବାଲେଶ୍ୱର):ବାଲେଶ୍ୱର ବିପଯ୍ୟୋସ୍ତ ଆଇନ୍ ବ୍ୟବସ୍ଥା କୁ ବିରୋଧ ଜିଲ୍ଲା ପ୍ରଶାସନ କୁବିରୋଧ କରି ଆଜି ଓକିଲ ସଂଘ, ସର୍ବ ଦଳୀୟ, ଟ୍ରେଡ ଉନିଅନ୍ ପକ୍ଷ ରୁ ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ |
ଵାଲେଶ୍ଵରରେ ଵିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା, ପ୍ରକାଶ୍ଯ ଦିଵାଲୋକରେ ଚୋରୀ,ଛିନତାଇ,ରାହାଜାନୀ ସହ ଗୁଳିକାଣ୍ଡ ଜନ ଜୀଵନକୁ ଆତଙ୍କିତ କରିଥିଵା ଵେଳେ ପୋଲିସ ପ୍ରଶାସନ ନୀରଵ ଦ୍ରଷ୍ଟା ଥିଵା ପ୍ରତିଵାଦରେ ଵିଭିନ୍ନ ଗଣ ସଂଗଠନ ପକ୍ଷରୁ ୧୬ଜୁନ ସକାଳ ୬ଟାରୁ ସଂଧ୍ଯା ୬ଟା ପର୍ଯ୍ଯନ୍ତ ସାମୁହିକ ପ୍ରତିଵାଦ ଓ ଵାଲେଶ୍ଵର ଵନ୍ଦ ଆହ୍ଵାନ ଦିଆଯାଇଛି।ଆଇନ ଶୃଙ୍ଖଳାର ଦୃତ ଅଵନତୀ ଯୋଗୁଁ ଛାତ୍ରଛାତ୍ରୀ, ମହିଳା, ଵରିଷ୍ଠ ନାଗରିକ ରାସ୍ତାରେ ଗଲାଵେଳେ ମୋଵାଇଲ ଛିନତାଇ, ଗହଣା ଛିନତାଇ, ଵଜାରରୁ ସୌଦା କିଣି ଆସି ଦେଖିଵା ଵେଳକୁ ମୋଟରସାଇକେଲ ଵା ସ୍କୁଟର ନାହିଁ।ରାହାଜାନୀ ଓ ଆତଙ୍କ ଆଜି ଏ ସ୍ତର ପହଞ୍ଚିଛି ଅପରାଧୀ ମାନେ ମନ ଇଛା ଲୁଟ କରୁଛନ୍ତି।ଅପରାଧ ନିୟନ୍ତ୍ରଣରେ ପୋଲିସ ସମ୍ପୁର୍ଣ୍ଣ ନିସ୍କ୍ରିୟ।ଵାଲେଶ୍ଵରରେ ଵିଷାକ୍ତ ନିଷା କାରଵାର ଯୁଵ ସମାଜକୁ ଵିପଥଗାମୀ କରିଚାଲିଛି। ଵାଲେଶ୍ଵର ନିର୍ଦ୍ଦିଷ୍ଟ ଏକ ଥାନାର ଅଧିକାରୀ ନିଶା କାରଵାରରେ ଜଡିତ ରହି ଵର୍ଷ ଵର୍ଷ ଧରି ଫେରାର ଅଛନ୍ତି ପୋଲିସ ଏହି ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଧରୁ ନାହିଁ। ଵାଲେଶ୍ଵର ସହରର ଜନୈକା ଥାନା ଅଧିକାରୀ ଲାଞ୍ଚ ମାମଲାରେ ଭିଜିଲାନସ ଦ୍ଵାରା ଗିରଫ ହୋଇ ଜେଲରେ ଅଛନ୍ତି।ଏଠାରେ ଵାଲେଶ୍ଵର ଆଲୋଏଜ୍, ଵିରଳା ଟାୟାର୍ସ ସମେତ ଶହ ଶହ ଶିଳ୍ପ କଳ କାରଖାନା ଵନ୍ଦ ଯୋଗୁଁ ୫୦ ହଜାରରୁ ଅଧିକ ଲୋକ ରୋଜଗାର ହରାଇ ଦାଣ୍ଡର ଭୀକାରୀ ହୋଇଗଲେଣି।ଏ ଅଞ୍ଚଳରେ ଚାଲିଥିଵା ଶହ ଶହ କଳ କାରଖାନା ଵନ୍ଦ ହେଲାଣି,ଏହି କାରଖାନା ଗୁଡିକ ସରକାରଙ୍କ ନିୟନ୍ତ୍ରଣାଧୀନ ଵ୍ଯାଙ୍କରୁ ହଜାର ହଜାର କୋଟି ଟଙ୍କା ନେଇ ମଧ୍ଯ କାହିଁକି ଚଳାଇଲେ ନାହିଁ, ତା’ର ତଦାରଖ ନାହିଁ।ସେଗୁଡିକ କିଭଳି ଚାଲି ପାରିଵ କିମ୍ଵା କାରଗରୀ ଜ୍ଞାନ କୌଶଳ ପରିଵର୍ତ୍ତନ କରି ଵଜାର ପ୍ରତିଦ୍ଵନ୍ଦିତା ସମ୍ମୁଖିନ ହୋଇପାରିଵ, ସେ ସମ୍ପର୍କରେ ସରକାର ଦୃରଦୃଷ୍ଟି ଶୁନ୍ଯ। ନୂଆ ଶିଳ୍ପାୟନ ନାମରେ ଲୋକଙ୍କୁ ତାଙ୍କ ଭିଟାମାଟି,ଚାଷ ଜମି ଓ ଜୀଵିକାରୁ ଉଛେଦ କରୁଛନ୍ତି ସରକାର। ପୋଲିସ କମ୍ପାନୀର ଘରୋଇ ଗୁଣ୍ଡାର ଭୁମିକା ନେଉଛି। ଵେରୋଜଗାରୀର ହତାଶା ଓ ଵିକଳ୍ପ ରୋଜଗାର ନପାଇଵା ଫଳରେ ନୈରାଶ୍ଯ, ଅପରାଧ ପ୍ରଵଣତାକୁ ଵଢାଉଛି। ସମସ୍ତ ନଦୀରୁ ଵାଲି ଵାହାର ରାଜ୍ଯର ଵେପାରୀଙ୍କୁ ଦେଵାପାଇଁ ପ୍ରଶାସନ ଵ୍ଯସ୍ତ। କୃଷି ସାମଗ୍ରୀ ଉତ୍ପାଦନ, ସଂରକ୍ଷଣ ଓ ଵିପଣନ ପାଇଁ ଵ୍ଯଵସ୍ଥା ନଥିଵାରୁ କୃଷକ ତା’ର ଉତ୍ପାଦିତ ସାମଗ୍ରୀ ଵିକ୍ରୟରୁ ଉଚ୍ଚିତ ମୂଲ୍ଯ ପାଉ ନାହିଁ। କୃଷିକୁ ପ୍ରୋତ୍ସାହନ ଦେଵା ପରିଵର୍ତ୍ତ କୃଷକକୁ ନୂଆ ଶିଳ୍ପାୟନ ନାମରେ ଲୋକଙ୍କୁ ତାଙ୍କ ଭିଟାମାଟି,ଚାଷ ଜମି ଓ ଜୀଵିକାରୁ ଉଛେଦ କରୁଛନ୍ତି ସରକାର। ପୋଲିସ କମ୍ପାନୀର ଘରୋଇ ଗୁଣ୍ଡାର ଭୁମିକା ନେଉଛି। ଲୋକେ ତାଙ୍କ ସୁରକ୍ଷା ପାଇଁ ପୋଲିସ ପାଖକୁ ଗଲେ ନିରାଶ ହୋଇ ଫେରୁଛନ୍ତି।ଵାଲେଶ୍ଵର ସହଦେଵଖୁଣ୍ଟ ପୋଲିସ ଷ୍ଟେସନରେ ଆଇଆଇସି ପଦଵୀ, ଵାଲେଶ୍ଵର ଶିଳ୍ପାଞ୍ଚଳ ଆଇଆଇସି ପଦଵୀ ଓ ଜଳେଶ୍ଵର ଆଇଆଇସି ପଦଵୀ ପାଇଁ ତୃତୀୟ ମହଲା ଦେୟ କୁଆଡେ ମାସିକ ୫୦ ଲକ୍ଷ ଟଙ୍କା। ନଦେଲେ ପୋଷ୍ଟିଙ୍ଗ ମିଳିଵ ନାହିଁ।ଦେଲେ ଅପରାଧୀଙ୍କୁ ପ୍ରୋତ୍ସାହନ ଦେଲେହିଁ ଏହି ଟଙ୍କା ଆଦାୟ ସମ୍ଭଵ ହେଵ। ତେଣୁ ସରକାର ଵନ୍ଦ କଳ କାରଖାନା ଖୋଲିଵା ପାଇଁ ପଦକ୍ଷେପ ନେଵା ଅତ୍ଯନ୍ତ ଜରୁରୀ ହୋଇ ପଡିଛି।, ରାଜନେତା ଯଥା ଵିଧାୟକ ଅଥଵା ସାଂସଦଙ୍କର ଏହି ସମସ୍ଯା ପ୍ରତି ନଜର ନାହିଁ।ଯଦି ମୁହଁ ଖୋଲିଵେ, ତେଵେ କମ୍ପାନୀମାନଙ୍କ କ୍ରୀଡନକ ଶାସକ ତାଙ୍କୁ ଟିକେଟ ନଦେଵା ଭୟ ଅଛି। ରାଜନୈତିକ ଦଳମାନେ ଏହା ପ୍ରତି ଯେତିକି ତତ୍ପର ହେଵା କଥା, ସେତିକି ତତ୍ପର ହେଉ ନାହାନ୍ତି। ଵିଶ୍ଵର କୁଖ୍ଯାତ ନିଶା ଵେପାରୀ ଆଦାନୀର ପଦଲେହନ କରୁଛନ୍ତି ପ୍ରଧାନମନ୍ତ୍ରୀ।ଆଦାନୀଙ୍କ ମୁନ୍ଦ୍ରା ଵନ୍ଦର ଦେଇ ଭାରତରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ଯର ଵିଷାକ୍ତ ନିଶା ଭାରତର ଯୁଵ ସମାଜ ଭିତରେ ଵିତରଣ କରାଇଲେଣି ଏହି କୁଖ୍ଯାତ ନିଶା ସମ୍ରାଟ୍ ଆଦାନୀ।ଘରେ ଘରେ ଶିକ୍ଷିତ ଵେରୋଜଗାରୀ ଯୁଵକ ଯୁଵତୀ ଏହି ଵିଷ ଵଳୟରେ ଉଵୁ ଟୁଵୁ ହେଉଛନ୍ତି। ପୋଲିସ ଅଥଵା ନିଶା ନିଵାରଣ ସଂସ୍ଥା ଏହି ନିଶା ନିଵାରଣ କାର୍ଯ୍ଯ କରିଵା ପରିଵର୍ତ୍ତେ ସରକାରୀ ତହଵିଲରୁ ଵେତନ ନେଉଥିଵା ଥାନା ଅଧିକାରୀ ଵି ଏହି ନିଶା ଵେପାରରୁ ଲାଭ ନେଵାକୁ ପଛାଉ ନାହାନ୍ତି। ନିଶା ଵେପାର ସମ୍ପୁର୍ଣ୍ଣ ଵନ୍ଦ କରିଵା ପାଇଁ ସରକାର ଯତ୍ନଵାନଥିଵାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ତତ୍ପରତା ପ୍ରକାଶକରି ଲୋକଙ୍କ ଵିଶ୍ଵାସ ଭାଜନ ହେଉ। ଛାତ୍ରଛାତ୍ରୀ,ମହିଳା ଓ ଵରିଷ୍ଠ ନାଗରିକଙ୍କୁ ସୁରକ୍ଷା, ୨୪ଘଣ୍ଟା ଅଵିରତ ଵିଦ୍ଯୁତ ଯୋଗାଣ ଜାରି ରଖିଵା ଦରକାର। । ଆଇନ ଶୃଙ୍ଖଳା ଅଵସ୍ଥାର ସୁଧାର କରିଵା ପାଇଁ ଉଭୟ ସରକାର ପଦକ୍ଷେପ ନେଵା ଦାଵିରେ ୧୬ଜୁନ୍ ୨୦୨୨ ସକାଳ ୬ଟାରୁ ସଂଧ୍ଯା ୬ଟା ପର୍ଯ୍ଯନ୍ତ ଵାଲେଶ୍ଵର ଵନ୍ଦ ପାଇଁ “ଦି ଵାର ଆସୋସିଏଶନ ଅଫ ଵାଲେଶ୍ଵର”, ଵାଲେଶ୍ଵର ସିଭିଲ ସୋସାଇଟି, ଵରିଷ୍ଠ ନାଗରିକ ମଞ୍ଚ, ଓଡିଶା ପଥ ଵିକ୍ରେତା ସଂଘ, ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି, ୟୁଟିୟୁସିଲେନୀନ ସରଣୀ, ଟିୟୁସିସି ସମେତ ଵିଭିନ୍ନ ଶ୍ରମିକ ସଂଗଠନ,ଵାମପନ୍ଥୀ ଦଳ ସିପିଆଇ,ସିପିଆଇ (ମାର୍କସଵାଦୀ), ସିପିଆଇ(ଏମ୍ଏଲ ଲିଵରେଶନ), ଅଲ ଇଣ୍ଡିଆ ଫରଓ୍ଵାଡ ଵ୍ଲକ ଓ କଂଗ୍ରେସ ସମେତ ଵିଭିନ୍ନ ରାଜନୈତିକ ଦଳର ନେତୃତ୍ଵ, ଵାଲେଶ୍ଵର ଵ୍ଯଵସାୟୀ ସଂଘ, ପେଟ୍ରୋଲ ପମ୍ପ ମାଲିକ ସଂଘ, ଵାଲେଶ୍ଵର ଚାମ୍ଵର ଅଫ କମର୍ସ ସମେତ ଅନେକ ଗଣ ସଂଗଠନ ପକ୍ଷରୁ ଏହି ସାମୁହିକ ପ୍ରତିଵାଦ ତଥା ସକାଳ ୬ଟାରୁ ସଂଧ୍ଯା ୬ଟା ପର୍ଯ୍ଯନ୍ତ ଶାନ୍ତିପୁର୍ଣ୍ଣ ଵାଲେଶ୍ଵର ଵନ୍ଦ ସଫଳତା ପାଇଁ ଆହ୍ଵାନ ଦେଇଛନ୍ତି।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରି ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *