ବାସି ପଖାଳରେ ରହିଛି ସ୍ୱାସ୍ଥ୍ୟ ପାଇଁ ଉପକାରିତା

ଫୋକସ ପ୍ଲସ 30/4/23(ବ୍ୟୁରୋ): ବାସି ଖାଦ୍ୟ ସାଧାରଣତଃ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗ୍ରହଣୀୟ ନୁହେଁ। ମାତ୍ର ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହି କାରଣରୁ ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଦେଶର ଅନେକ ସ୍ଥାନରେ ଖରାର ଆରମ୍ଭରେ ବାସି ଭାତ ଖାଇବାର ପରମ୍ପରା ରହିଛି। ବିଶେଷ କରି ଖରାଦିନେ ଅଧିକାଂଶ ପଖାଳ ଖାଇବାକୁ ପସନ୍ଦ କରିଥାଆନ୍ତି।
ପଖାଳର ବିଶେଷ ଗୁଣ କାରଣରୁ ପଖାଳ ଦିବସ ମଧ୍ୟ ପାଳନ କରାଯାଏ। ଏପରି କି ହୋଟେଲ ମାନଙ୍କରେ ମଧ୍ୟ ବିଭିନ୍ନ ଶୈଳୀରେ ପଖାଳ ପ୍ରସ୍ତୁତ କରାଯାଉଛି। ଜାଣନ୍ତୁ ଏହି ପଖାଳ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ..
ପଖାଳ ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଉପକାରୀ। ଏହି ପଖାଳ ଭାତ ଖାଇବା ଦ୍ୱାରା ପେଟ ଥଣ୍ଡା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶରୀରର ତାପମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ। ଭାତରେ ପାଣି ପୁରାଇ ଏହାକୁ ରାତି ସାରା ରଖି ପରଦିନ ଖାଇବା ଦ୍ୱାରା ଏହା ଖଣିଜ ପଦାର୍ଥରେ ଭରପୁର ହୋଇଥାଏ। ଏହା ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ। ଏହି ପଖାଳ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ପଖାଳ ସେବନ ଦ୍ୱାରା ଶରୀରକୁ କାମ କରିବାକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ। ଥକ୍କାପଣ ଅନୁଭବ ହୋଇନଥାଏ।
ପଖାଳ ଭାତ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *