ବାହାଘର ମୁଦିକୁ ନେଇ ଚର୍ଚ୍ଚାରେ ଐଶ୍ବର୍ଯ୍ୟା-ଅଭିଷେକ

ମୁମ୍ବ‌ାଇ:  ଅଭିନେତା ଅଭିଷେକ ବଚ୍ଚନ ଏବଂ ତାଙ୍କର ଅଭି‌ନେତ୍ରୀ ପତ୍ନୀ ଐଶ୍ବର୍ଯ୍ୟା ବଚ୍ଚନଙ୍କୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ସରଗରମ ଚର୍ଚ୍ଚା। ସେମାନଙ୍କର ୧୬ ବର୍ଷର ବୈବାହିକ ଜୀବନରେ କେବେହେଲେ ବିବାଦ ଦେଖାଦେଇନି। ସେମାନଙ୍କର ଗୋଟିଏ ମାତ୍ର ଝିଅ ଆରାଧ୍ୟା। ବଲିଉଡ୍‌ରେ ସବୁଠାରୁ ନିର୍ବିବାଦୀୟ ଓ ଲୋକପ୍ରିୟ ଦଂପତି ରୂପେ ସେମାନେ ପରିଚିତ। ସେମାନଙ୍କର ବ୍ୟକ୍ତିଗତ ସଂପର୍କକୁ ନେଇ କେବେହେଲେ ବାହାରେ ଆଲୋଚନା ହୋଇନାହିଁ। ତେବେ ସାମାଜିକ ଗଣମାଧ୍ୟମରେ ସେମାନଙ୍କୁ ନେଇ ଏବେ ଝଡ଼ କାହିଁକି? କିଛି ଦିନ ତଳେ ଏହି ଦଂପତିଙ୍କର ଜଣେ ଫ୍ୟାନ ବ‌ା ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଅଭିଷେକଙ୍କ ଫଟୋ ସହିତ ଗୋଟିଏ ଛୋଟ ପ୍ରଶ୍ନଟି ଛାଡ଼ିଛନ୍ତି। ଅଭିଷେକଙ୍କ ଆଙ୍ଗୁଠିରୁ ସେହି ମୁଦି ଆଉ କାହିଁକି ଦେଖିବାକୁ ମିଳୁନାହିଁ।

ସମସ୍ତ କାର୍ଯ୍ୟକ୍ରମରେ ଅଭିଷେକ ତାଙ୍କ ବିବାହ ବେଳର ମୁଦି ପିନ୍ଧୁ ଥିବା ବେଳେ ଏବେ କାହିଁକି ପିନ୍ଧୁ ନାହାନ୍ତି? ବାସ୍ ତାଙ୍କର ଏହି ଗୋଟିଏ ଛୋଟ ପ୍ରଶ୍ନ ପରେ ସାମାଜିକ ଗଣମାଧ୍ୟମରେ କେତେକଣ କଥ‌ା ଉଠିଲାଣି। କେତେକ କହୁଛନ୍ତି ଯେ ଏହି ଦଂପତିଙ୍କ ମଧ୍ୟରେ ସଂପର୍କ ଆଉ ପୂର୍ବଭଳି ସ୍ବାଭାବିକ ନୁହେଁ। ବିଭିନ୍ନ କାର୍ଯ୍ୟକ୍ରମରେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କୁ ଆଉ ଏକାଠି ଦେଖିବାକୁ ମିଳୁନାହିଁ। ଐଶ୍ବର୍ଯ୍ୟାଙ୍କୁ କେବଳ ତାଙ୍କର ଝିଅ ଆରାଧ୍ୟା ସହିତ ଦେଖିବାକୁ ମିଳୁଛି। ଯାହା ଜଣାପଡ଼ୁଛି ସଂପର୍କରେ କିଛିଟା ତିକ୍ତତା ଆସିଛି, ଯେଉଁଥିପାଇଁ ଏଭଳି ପରିସ୍ଥିତି ଦେଖିବ‌ାକୁ ମିଳୁଛି ବୋଲି ଅନେକ ମତ ଦେଇଛନ୍ତି। ଅନ୍ୟ କେତେକ ଫ୍ୟାନ୍ ଏହା କେବଳ ଗୁଜବ ବୋଲି କହିଛନ୍ତି। ତେବେ ଏମିତି କିଛି ଫ୍ୟାନ୍ ଅଛନ୍ତି ଯେଉଁମାନେ ପରାମର୍ଶ ଦେଇଛନ୍ତି ଯେ ଅଭିଷେକ ଓ ଐଶ୍ବର୍ଯ୍ୟା ବିଭିନ୍ନ କାର୍ଯ୍ୟକ୍ରମରେଏକାଠି ଆସି ଏଭଳି ଚର୍ଚ୍ଚାର ଅବସାନ ଘଟାନ୍ତୁ।

Leave a Reply

Your email address will not be published. Required fields are marked *