ବାହାହେବେ ବିଧାୟକ !

ଫୋକସ ପ୍ଲସ 18/5/22 (ତିର୍ତ୍ତୋଲ) :ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ନିମନ୍ତେ ଜଗତସିଂହପୁର ସବ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ କାଲି ଆବେଦନ କରାଯାଇଥିଲା । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ ବିବାଦ ଉପୁଜି ଥିବା ବେଳେ ଗତକାଲି ଉଭୟ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସ ସବ ରେଜିଷ୍ଟର ଅଫିସରେ ପହଂଚି ରେଜେଷ୍ଟ୍ରି ମ୍ୟାରେଜ ପାଇଁ ଆବେଦନ କରିଛନ୍ତି ।ଦିବଂଗତ ବିଜେଡି ନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ସଦର ଥାନା ଦେଉଳିଗ୍ରାମେଶ୍ୱର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶ ଙ୍କୁ ଦୀର୍ଘ ଦିନ ହେବ ଭଲ ପାଇ ଆସୁଥିଲେ ।

ମାତ୍ର ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ସୋମାଲିକା ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମେଡିଆରେ ଭାଇରାଲ କରିଥିଲେ ।ଏହାକୁ ନେଇ ବିବାଦ ବଢିବାରୁ ବିଜୟ ଶଙ୍କରଙ୍କ ନାମରେ ସୋମାଲିକା ଜଗତସିଂହପୁର ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ ।ଗତକାଲି ଏହି ଘଟଣାକୁ ନେଇ ଉଭୟ ପକ୍ଷ ତଥା ବିଜୟ ଶଙ୍କର ଓ ସୋମାଲିକା ସେମାନଙ୍କର ଓକିଲଙ୍କ ସହଯୋଗରେ ଜଗତସିଂହପୁର ସବ ରେଜିଷ୍ଟର ଅଫିସରେ ପହଁଚି ବିବାହ ପାଇଁ ଆବେଦନ କରିଥିବା କହିଛନ୍ତି ।ବିଜୟ ଶଙ୍କରଙ୍କ ମାଆ ଙ୍କ ଦେହ ଭଲ ନଥିବାରୁ ସେ କିଛି କହିବାକୁ ମନା କରିଥିବା ବେଳେ ବିବାହ ଆବେଦନକୁ ନେଇ ସୋମାଲିକା ଖୁସି ଥିବା କହିଛନ୍ତି ।

 

Leave a Reply

Your email address will not be published. Required fields are marked *