ବାହୁଡା ଯାତ୍ରା

ଫୋକସ ପ୍ଲସ (ପୁରୀ)୧୦/୦୭/୨୦୨୨: ସିଂଘଦ୍ୱାରରେ ପହଞ୍ଚିଲା ତିନି ରଥ। ଆଜି ପବିତ୍ର ବାହୁଡାଯାତ୍ରା ରେ ସକାଳୁ ମହାପ୍ରଭୁଙ୍କ ପହଣ୍ଡି ସମୟରେ ପ୍ରବଳ ବର୍ଷା ହେବା ସତ୍ୱେ ଭକ୍ତମାନେ ବର୍ଷାରେ ଭିଜିଭିଜି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କିଏ ଓଡିଶୀ ତ କିଏ ଦେବଦୀବୀଙ୍କ ବେଶରେ ଅତି ଆନନ୍ଦର ସହିତ ନାଚିନାଚି କାଳିଆ ପ୍ରେମରେ ବିଭୋର ହୋଇଯାଇଥିଲେ । କିଛି ସମୟ ପରେ ବର୍ଷା ହୋଇ ଛାଡି ଯାଇଥିଲା। ପହଣ୍ଡି ପରେପରେ ଗଜପତି ମହାରାଜ ଆସି ତିନିରଥ ରେ ପୂଜାର୍ଚ୍ଚନା କରି ଛେରାପହଁରା କରିସାରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ସହଯୋଗରେ ଅତିଶୀଘ୍ର ତିନିରଥ ସିଂଘଦ୍ୱାର ଠାରେ ପହଞ୍ଚିଥିଲେ। ବଡଦାଣ୍ଡ ଲକ୍ଷ ଲକ୍ଷ ଭକ୍ତଙ୍କ କୋଳାହଳ ହରିବୋଲ ହୁଳହୁଳି ରେ କମ୍ପୁଥିଲା।

ପୁରୀରୁ ଜଗବନ୍ଧୁ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *