ବାହ୍ୟ ଜଗତରୁ ବିଛିନ୍ନ ସିଆଁବେରଣୀ

ଫୋକସ ପ୍ଲସ(ଆଠମଲ୍ଲିକ)୧୮/୦୮/୨୦୨୨: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଂଚାୟତ ଅନ୍ତର୍ଗତ ସିଆଁବେରଣୀ (ଭାଲୁନଟି) ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ଦେଖାଦେଇଛି । ସୂଚନା ନେବାରେ ଜଣାଯାଏକି ଉକ୍ତ ଗ୍ରାମରେ ୫୦ ଘର ର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ୭୬ ବର୍ଷ ସ୍ୱାଧୀନତା ବିତିଯାଇଥିଲେ ମଧ୍ୟ ଉକ୍ତ ଗ୍ରାମକୁ ସରକାରୀ ଯୋଜନା ଅପହଞ୍ଚ ।ଯାହାକି ସୌଚାଳୟ ନିମନ୍ତେ ପାଇଖାନା ଟିଏ ନାହିଁ । ଇନ୍ଦିରା ଆବାସ ଟିଏ ଦେଖିବାକୁ ସାତ ସପନ , ଶିକ୍ଷାର ବିକାଶ ନିମନ୍ତେ ଅଙ୍ଗନବାଡ଼ି ଟିଏ ନାହିଁ କି ବିଦ୍ୟାଳୟ ଟିଏ ମଧ୍ୟ ନାହିଁ ।ଗମନାଗମନ ପାଇଁ ରାସ୍ତା ଟିଏ ନାହିଁ । କୌଣସି ଗର୍ଭବତୀ ସ୍ତ୍ରୀ କିମ୍ବା କୋଣସି ପ୍ରକାର ରୋଗୀ ନେବାପାଇଁ ଆମ୍ବୁଲାନ୍ସ ଦେଖି ବାକୁ ମଧ୍ୟ ସାତସପନ ହୋଇ ପଡିଛି । ବୁଲିବୁଲି ଗଲେ ଯାହାକି ୧୨ ରୁ ଉର୍ଦ୍ଧ୍ବ କିଲୋମିଟର ଗଲେ ଯାଇ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ର ଦର୍ଶନ ମିଳୁଛି । ସିଧା ବାଟରେ ଗଲେ ୨ କିଲୋମିଟର ପଡୁଛି ସେଥିରେ ଗୋଟିଏ ନାଳ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଜାଫଳରେ ବର୍ଷାଦିନେ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢା ସମ୍ପୂର୍ଣ୍ଣ ବନ୍ଦ ହେଉଥିବା ଦେଖିବାକୁ ମିଳୁଛି । ତଥାପି ସେହି ନାଳରେ ପାଣି କମି ଗଲେ ଜୀବନକୁ ପାଣି କରି ବିପଦ ସଂକୁଳ ଅବସ୍ଥାରେ ସେହି ନାଳ ଦେଇ କୁନିକୁନି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାଉଥିବାର ଦେଖାଦେଉଛି । ଏହାର ପ୍ରତିକାର ପାଇଁ ଜିଲ୍ଲାପାଳ ,ଉପଜିଲ୍ଲାପାଳ ,ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହିହେଲେ ଜଣେ ଦୂର ଦୃଷ୍ଟି ଦୃନଥିବା ଏକ ଦୃଭାଗ୍ୟ ଜନକ ଦୃଶ୍ୟ ଦେଖାଦେଇଛି । ଏଣୁକରି ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି କି ଉକ୍ତ ଗ୍ରାମ କୁ ଶାସକ ଓ ପ୍ରଶାସନିକ ଦଳ ଆସିଉକ୍ତ ଘଟଣାକୁ ଅନୁଧ୍ୟାନକରି ଯଥା ଶୀଘ୍ର ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର କଲେ ୭୬ ବର୍ଷର ସ୍ୱାଧୀନତାର ସ୍ୱାଦ ଚାଖି ପାରିବୁ ବୋଲି ଆଶା କରିଛନ୍ତି ।

ଆଠମଲ୍ଲିକ ରୁ କରୁଣାକର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *