ବିଇଏମସି ରେ ସଫେଇ ନାରେ ଠକେଇ

ଫୋକସ ପ୍ଲସ(ବ୍ରହ୍ମପୁର)୧୨/୦୮/୨୦୨୨: ଦୁର୍ନୀତିର ଅଳିଆ ଭିତରେ ଲୁଚି ଯାଉଛି କି ବ୍ରହ୍ମପୁର ସହରର ସ୍ଵଛତା !କିଛି କର୍ପୋରେଟର, ଠିକାସସ୍ଥା ଓ ନିଗମର ତଳିକର୍ମଚାରୀଙ୍କ ମଧୁଚନ୍ଦ୍ରୀକାରେ ପେଷି ହେଉଛିନ୍ତି କି ସଫାଇ କର୍ମୀ ଓ ସୁପ୍ରଭାଇଜର !ନିଗମର ବିଭିନ୍ନ ୱାର୍ଡରେ ନିୟମ ମୁତାବକ କାମ କରୁନାହାନ୍ତି ସଫେଇ କର୍ମଚାରୀ ଓ ସେମାନଙ୍କୁ ବି ମିଳୁନି ପରିଶ୍ରମର ଉପଯୁକ୍ତ ପାଉଣା ।ଏଭଳି ସଂଘାତିକ ଅଭିଯୋଗ ଆଣିଛନ୍ତି ନିଗମର 10 ନମ୍ବର ୱାର୍ଡର କାମ କରୁଥିବା ସଫେଇ ସୁପଭାଇଜର ଏବଂ ସ୍ଥାନୀୟ ବାସିନ୍ଦା।
ତାଙ୍କ ଅଭିଯୋଗ ମୁତାବକ ତାଙ୍କୁ ଚୁକ୍ତି ମୁତାବକ 8000 ଟଙ୍କାରେ ଚୁକ୍ତି କରାଯାଇଥିବା ବେଳେ ତାଙ୍କୁ ଠିକ ଭାବେ ପାରିଶ୍ରମିକ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ କର୍ପୋରେଟର ଓ ଜମାଦାର ସଲାସୁତୁରା କରି ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ନଦେଇ ଶୋଷଣ କରୁଥିବା ସେ କହିଛନ୍ତି। ଅନ୍ୟପଟେ 11ନମ୍ବର ୱାର୍ଡର ଜମାଦାର ପ୍ରଶାନ୍ତ କୁମାର ସାହୁ କାହିଁକି ୱାର୍ଡ ନମ୍ବର 10ର ସଫେଇ କାମ ଓ ପଇସା ଦେଣେନେଣ କାମରେ ଅଯଥା ମୁଣ୍ଡ ପୁରାଉଛନ୍ତି ଏବଂ କାହିଁକି 10 ନମ୍ବର ୱାର୍ଡ ସର୍ଭେ କରିବା ସମୟରେ ସେହି ୱାର୍ଡର ଜମାଦାର ଅନୁମତି ନ ନେଇ 11 ନମ୍ବର ୱାର୍ଡ ସରକାରୀ ଜମାଦାର ସର୍ଭେ ଅଫିସଙ୍କ ସହିତ ବୁଲିଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି? ଏନେଇ ସୁପ୍ରଭାଇଜର 11 ନମ୍ବର ୱାର୍ଡର ଜମାଦାର ନାମରେ ଅଭିଯୋଗ କରିଛନ୍ତି। ଇତି ମଧ୍ୟରେ ସ୍ଥାନୀୟ ବାସିନ୍ଦା ମଧ୍ୟ ନିଗମ କମିଶନ ଓ ଜିଲ୍ଲାପାଳଙ୍କୁ ଚିଠିରେ ଅଭିଯୋଗ କରିଥିବା ଜଣାପଡିଛି।
ଏହାକୁ ଦେଖିଲେ ସହରର ଅନ୍ୟସବୁ ୱାର୍ଡରେ ସଫେଇ ଅଭିଯାନ କିଭଳି ଚାଲୁଛି ସହଜରେ ଜାଣିପାରବେ ସହରବାସୀ। ଅନ୍ୟପଟେ ଏଭଳି କାମକୁ ପ୍ରଶୟ ଦେଉଛି କି ନିଗମ କର୍ତ୍ତୃପକ୍ଷ? ନା ସବୁ ଜାଣିଶୁଣି ନିଦାବିଷ୍ଣୁ ପାଲଟିଛି ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ। କାହିଁକି ବ୍ରହ୍ମପୁର ମେୟର ଏ ସମସ୍ୟା ଉପରେ ହସ୍ତକ୍ଷେପ କରୁନହାନ୍ତି ? କଣ ନିଗମ ପ୍ରଶାସନ ଓ ମେୟରଙ୍କ ଗୋଚରରେ ଏଭଳି ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି ନା ପ୍ରଶାସନ କତ୍ତୃପକ୍ଷ ଓ ମେୟରଙ୍କୁ ଭୁଆଁ ବୁଲେଇ କର୍ପୋରେଟର, ଠିକାସସ୍ଥା ଓ କିଛି ତଳିଆ କର୍ମଚାରୀଙ୍କ ସଲାସୁତୁରାରେ ଚାଲିଛି ଏଭଳି ଦୁର୍ନୀତି ଓ ସଫେଇ କର୍ମଚାରୀଙ୍କୁ ଚାଲିଛି ଠକେଇ? ଏନେଇ ଆମେ ବ୍ରହ୍ମପୁର ମହାନଗର ନିଗମ କମିଶନଙ୍କୁ ପ୍ରଶ୍ନ କରିବାରୁ ସେ ଏନେଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *