ବିକାଳଙ୍ଗ ଶିଶୁକନ୍ୟା ଚିକିତ୍ସାରେ ବାଧକ ଅର୍ଥ, ପିତାମାତାଙ୍କ ଆକୁଳ ନିବେଦନ

ଫୋକସ ପ୍ଲସ (ସାଲେପୁର)୨୦/୦୭/୨୦୨୨: ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ। ଚିକିତ୍ସା ପାଇଁ ଦରକାର ଲକ୍ଷଲକ୍ଷଟଙ୍କା ।ପିତାମାତାଙ୍କ ଆକୁଳ ନିବେଦନ ଏଭଳିଦୃଶ୍ୟଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ତ୍ରିଲୋଚନପୁର କୋଠବାଡ଼ ଗାଁରେ। କୋଠବାଡ଼ ଗାଁର ଦେବେନ୍ଦ୍ର ସାମଲ ଓ ତାଙ୍କ ପତ୍ନୀ ରଂଜିତା ସାମଲଙ୍କ ଏକ ମାତ୍ର 1ମାସର ଶିଶୁକନ୍ୟାଙ୍କ ଜନ୍ମରୁ ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ଅଛ ଅଚଳ |ହୋଇଥିଲାବେଳେ ମେରୁଦଣ୍ଡର ହାଡ଼ର ସମସ୍ୟା ହେତୁ ଚିକିତ୍ସାପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର। ଶିଶୁକନ୍ୟାଟିର ଭଲ ହେବା ପାଇଁ ପିତାମାତା ଏବେ ସାହାଯ୍ୟ ଓ ସହଯୋଗ ପାଇଁ କରିଛନ୍ତି ଆକୁଳନିବେଦନ ।ଦେବେନ୍ଦ୍ର ସାମଲ ଓ ପତ୍ନୀ ରଂଜିତା ସାମଲଙ୍କ ଏକ ମାତ୍ର ନବଜାତ ଏକମାସର ଶିଶୁକନ୍ୟାର ଗୋଡ଼ ଦୁଇଟି ସମ୍ପୂର୍ଣ୍ଣବାଙ୍କ ହେବା ସହ ମେରୁଦଣ୍ଡର ସମସ୍ୟା ହେତୁ ଚିକିତ୍ସାପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର। ଦୀର୍ଘ ବର୍ଷପରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ରଂଜିତା। ଶିଶୁ କନ୍ୟାଟି ହେଲା ବିକାଳଙ୍ଗା। ଏନେଇ ଦେବେନ୍ଦ୍ର ସାମଲ କଟକ ଶିଶୁଭବନ କୁ ନେଇ ଶିଶୁକନ୍ୟାକୁ ଦେଖାଇଥିଲେ। ଡାକ୍ତରଙ୍କ ପରାମର୍ଶ ନେବାପରେ ଡାକ୍ତର ତାଙ୍କୁ ଅପରେସନ ପାଇଁ ପାଖାପାଖି 3ଲକ୍ଷ ଟଙ୍କା ଦରକାର ବୋଲି କହିଥିଲେ। ଦେବେନ୍ଦ୍ର ନିରାଶହୋଇ ଘରକୁ ଫେରିଥିଲେ। ଦେବେନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିଲାବେଳେ 95 ବର୍ଷିଆ ବୃଦ୍ଧାମାଙ୍କୁ ନେଇ ଜୀବନ କଟିଥାନ୍ତି। ଚାରୀପ୍ରାଣୀ କୁଟୁମ୍ବକୁ ଦେବେନ୍ଦ୍ର ଦିନମଜୁରିଲାଗି ପୋଷିଥାନ୍ତି। ଏତେଗୁଡିଏ ଟଙ୍କା ଏକାବେଳକେ ଯୋଗାଡ଼କରିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି ଦେବେନ୍ଦ୍ର କୁହନ୍ତି ।ଦେବେନ୍ଦ୍ରଙ୍କ ଲୁଣତେଲ ସଂସାର ଭିତରେ ଏତେ ଗୁଡିଏ ଟଙ୍କା ଯୋଗାଡକରି ନବଜାତ ଶିଶୁକନ୍ୟାକୁ ଭଲ କରିବା ସମ୍ଭବପର ନୁହେଁ ବୋଲି ପାଖପୋଡିସି ମଧ୍ୟ ଦେବେନ୍ଦ୍ରଙ୍କୁ ସାହାଯ୍ୟ କରିବାପାଇଁ ନିବେଦନ କରିଛନ୍ତି। ଏପଟେ ସରପଂଚ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ତାନୀୟ ବିଧାୟକଙ୍କ ସହ ଯୋଗାଯୋଗ କରିବା ସହ ଆଲୋଚନା ମଧ୍ୟ କରିଛନ୍ତି। ଯାହା କିଛି ଅର୍ଥ ଦରକାର ତାହା ଯୋଗାଇଦିଆଯିବା ସହ ସରକାରଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କିଭଳି ସାହାଯ୍ୟ କରାଯାଇପାରିବେ ସେ ନେଇ ପ୍ରଶାସନିକ ସ୍ତରରେ ଚେଷ୍ଟା କରାଯିବ ବୋଲି କହିଛନ୍ତି।
ଏବେ ଅପେକ୍ଷା ଦେବେନ୍ଦ୍ରଙ୍କ ନବଜାତ ଶିଶୁକନ୍ୟାକୁ କେବେ ମିଳୁଛି ପ୍ରଶାସନିକ ସାହାଯ୍ୟ ଓ ସହଯୋଗ ।

ସାଲେପୁର ରୁ ସନ୍ତୋଷ କୁମାର ସାହୁ ଙ୍କ ରିପୋର୍ଟ ।

ଠିକଣା
ରଞ୍ଜିତା ସାମଲ
ସ୍ୱା-ଦେବେନ୍ଦ୍ର ସାମଲ
ଗ୍ରା କୋଠବାଡ଼, ପୋ-ପଦ୍ମପୁର, ଜିଲ୍ଲା-କଟକ
Bank of India
A/c512510110010180
IFSC code_BKID0005125
Bahugram, cuttack, 754200

Leave a Reply

Your email address will not be published. Required fields are marked *