ବିକାଶର ଅପେକ୍ଷାରେ ତୁମୁନି ଖୋଲ

ଫୋକସ ପ୍ଲସ ୧୬/୬/୨୨(ଥୁଆମୂଳ ରାମପୁର): ସ୍ବାଧୀନତା ର ସାତ ଦଶନ୍ଧି ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି ଦୁର୍ଗମ ଅଞ୍ଚଳର ଗାଁ ଦାଣ୍ଡ। ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଦିନ ରାତି ମାଳ ମାଳ ଯୋଜନା ପ୍ରଣୟନ କରି ଚାଲୁଛନ୍ତି ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ସତ କିନ୍ତୁ ଏସବୁ ଯୋଜନା କାର୍ଯ୍ୟକାରୀ ନହୋଇ କେବଳ କାଗଜ କଲମରେ ସିମୀତ। ଶିକ୍ଷା, ସ୍ବାସ୍ଥ୍ୟ, ଗୋମନା ଗୋମନ,ପାନୀୟଜଳ, ବିଦ୍ୟୁତ, ଭଳି ଅନେକ ମୈ।ଳିକ ଅଧିକାର ପାଇଁ ବାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧିନସ୍ଥ ତୁମୁନୀଖୋଲ ଗାଁ ଟି ସ୍ଵାଧୀନତା ର ଦିର୍ଘ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏଠାରେ ପାନୀୟଜଳ ର ଅଭାବ ଦେଖାଦେଇଛି ଗ୍ରାମ ବାସୀ ନଦୀ କୂଳର ଦୁଷିତ ପାଣି କୁ ବର୍ଷ ବର୍ଷ ଧରି ବ୍ୟବହାର କରିଆସୁଛନ୍ତି ଯାହାଫଳରେ ବିଭିନ୍ନ ପ୍ରକାରର ରୋଗ ରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଠିକ୍ ସେଭଳି ଭଲ ରାସ୍ତା ଖଣ୍ଡିଏ ଗାଁ କୁ ସଂଯୋଗ କରାଯାଇନାହିଁ ବିପଦପୂର୍ଣ୍ଣ ପାହାଡିଆ ପାଦ ଚଳା ରାସ୍ତାରେ ଯାତାୟତ କରିଥାନ୍ତି ଗ୍ରାମବାସୀ ଏଥିରେ ପୁଣି ରୋଗୀ ହେଉ ବା ଗର୍ତ୍ତବତୀ ମହିଳା ଙ୍କୁ ଦୃର୍ଦ୍ଧଶା ଭୋଗିବାକୁ ପଡ଼ିଥାଏ ବିଦ୍ୟୁତ୍ ଆଳୁଅ ଏଠାରେ ସାତ ସୋପନ ପାଲଟିଛି ଅନ୍ଧାରରେ ଗ୍ରାମବାସୀ ବାସୀ। ଶିକ୍ଷାର ବ୍ୟବସ୍ଥା ଏଠାରେ ଭୁଷୁଡି ପଡ଼ିଥିବା ଅଭିଯୋଗ ହେଉଛି ଶିକ୍ଷକ ଙ୍କ ଅନୁପସ୍ଥିତି ଯୋଗୁଁ କୋମଳ ମତି ଛାତ୍ରଛାତ୍ରୀ ମାନେ ଶିକ୍ଷା ଦାନ ପାଇଁ ବାରୁ ବଞ୍ଚିତ ହେଉଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ର ଦ୍ଵାରା ଗର୍ତ୍ତବତୀ ଓ ଶିଶୁ ମାନେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଯୋଜନା ମାଧ୍ୟମରେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଏଯାଏଁ ଏଠାରେ ଅଙ୍ଗନୱାଡ଼ି ଗୃହ ଟି ନିର୍ମାଣ ହୋଇ ପାରିନାହିଁ ପ୍ରାକ ବିଦ୍ୟାଳୟ ସଂପୂର୍ଣ୍ଣ ଭାବେ ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଉଛି। କାମଧନ୍ଦା ର ଅଭାବ ଯୋଗୁଁ ଗ୍ରାମବାସୀ ଜାଳେଣି କାଠ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମ ବାସୀ। ସରକାର ଙ୍କ ମିଠା ମିଠା କଥା କୁହା ଯୋଜନା ର ବିକାଶ ତୁମୁନିଖୋଲ ଗାଁ ଠାରେ ବାଟବଣା ହୋଇଯାଇଛି। ଏଥିପ୍ରତି ପ୍ରଶାସନ ଓ ଜୋନ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମ ବାସୀ ଙ୍କ ଦାବି ହେଉଛି।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଲସ |

Leave a Reply

Your email address will not be published. Required fields are marked *