ବିକାଶ ନାମରେ ମହିଳାଙ୍କୁ ପ୍ରତାରଣା : ଇନ୍ଦିରା ଆବାସ କେବେ?

ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ଜୈନିକା ମହିଳାଙ୍କୁ ଇନ୍ଦିରା ଆବାସ ଯୋଜନା ଯୋଗାଇ ଦେବାକୁ ଖୋଦ୍ ସରକାରୀ ବାବୁମାନେ ପ୍ରତିଶ୍ରୁତିଦେଇ ପରେ ପ୍ରତାରଣା କରି ଆସୁଥିବା ଘଟଣା ଆଜି ସେଇ ଅଂଚଳରେ ଚର୍ଚ୍ଚାର ହେବା ସହ ଇନ୍ଦିରା ଆବାସ ଗୃହ ସେ କେବେ ପାଇବାକୁ ନେଇ ଉଠିଛି ପ୍ରଶ୍ନ? ଗରୀବ ଲୋକଙ୍କ ବିକାଶ ନେଇ ରାଜ୍ୟ ସରକାର ଡ଼ିମ୍‌ଡ଼ିମ୍ ପିଟୁଥିବା ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖାଦେଇଛି ଗୁରୁଜାଙ୍ଗ ଗ୍ରାମରେ । ଏହି ଗ୍ରାମର ବର୍ଷା ସାହୁ (୨୮) ନିହାତି ଜଣେ ଗରୀବ ଶ୍ରେଣୀର ମହିଳା ହୋଇଥିବାରୁ ସେ ଏକ ଇନ୍ଦିରା ଆବାସ ଗୃହପାଇଁ ସ୍ଥାନୀୟ ପ୍ରଶାସନ ସମେତ ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଆବେଦନ କରି ବିଫଳ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନିକ ବାବୁମାନେ ୨ବର୍ଷ ପୂର୍ବେ ତାଙ୍କ ଘରକୁ ଯାଇ ତାଙ୍କୁ ଚିହ୍ନଟ କରିବା ସହ ଫୋଟ ଉତୋଳନ କରିଥିଲେ ଏବଂ କହିଥିଲେ ଇଟା, ବାଲି ଆଣି ତୁମେ ଘରକାର୍ଯ୍ୟ ଆରମ୍ଭକଲେ ଆମେ ପ୍ରଥମ କିସ୍ତି ଅର୍ଥ ଯୋଗାଇ ଦେବୁ । ଏହି ପ୍ରତିଶ୍ରୁତିକୁ ମାନି ମହିଳା ଜଣଙ୍କ ଧାରକରଜ କରି ଘର ତିଆରି ସାମେଗ୍ରୀ ଯୋଗାଡ଼ କରି ରଖିଥିଲେ । ମାତ୍ର ପ୍ରତିଶ୍ରୁତି ଦେଇ ପରବର୍ତୀ ସମୟରେ ତାଙ୍କୁ ପ୍ରତାରଣା କରାଯାଇଥିଲା ବୋଲି ସେ ଏହା ଅଭିଯୋଗ କରିଛନ୍ତି । ଅଦ୍ୟାବଧି ତିନିବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ହେଲେ ସୁବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇ ନଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *