ବିଚାରଧିନ ଥିବା କଏଦୀ ଉପରେ ମରଣାତ୍ମକ ଆକ୍ରମଣ ||

ଫୋକସ ପ୍ଲସ 28/12/2022(ମାଲକାନଗିରି): ନିଜ ସ୍ତ୍ରୀର କିଡ୍ନୀ ବିକ୍ରି କରିଥିବା ଅଭିଯୋଗରେ ମାଲକାନଗିରି ଉପକାରାଗାର ରେ ବିଚାରଧିନ ଥିବା କଏଦୀଙ୍କ ଉପରେ ମରଣାତ୍ମକ ଆକ୍ରମଣ । ଗୁରତ୍ୱର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲେ ଭର୍ତ୍ତି । ସୂଚନା ମୁତବାକ ବହୁ ଚର୍ଚ୍ଚିତ ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କୋତାମେଟା ଗ୍ରାମର ପ୍ରଶାନ୍ତ କୁଣ୍ଡୁ ନାମକ ଜଣେ ଯୁବକ ତାଙ୍କ ନିଜ ସ୍ତ୍ରୀ ରଞ୍ଜିତା କୁଣ୍ଡୁଙ୍କ ଚିକିତ୍ସା ବାହାନାରେ କିଡନୀ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା ଏହା ପରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଆଜି ପ୍ରଶାନ୍ତ ମାଲକାନଗିରି ଜିଲ୍ଲା ଉପକାରାଗାର ରୁ ନ୍ୟାୟିକ ବିଚାର ପାଇଁ କୋର୍ଟକୁ ଯିବା ସମୟରେ ଗଞ୍ଜେଇ କେସରେ ସାମିଲ ଥିବା କାଲିମେଳାର ମୁନା ବରାଳଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ଏହା ପରେ ମୁନା ବରାଳ ତାଙ୍କୁ ଆକ୍ରମଣ କରିଥିବା ନେଇ ସେ ଅଭିଯୋଗ କରିବା ପରେ ଜେଲ କର୍ତ୍ତୃପକ୍ଷ ପ୍ରଶାନ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ପ୍ରଶାନ୍ତ ସୁସ୍ଥ ଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏଇଠି ଜେଲ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଜୋର ଧରିଛି କାରଣ ବହୁ ଚର୍ଚ୍ଚିତ ପଶ୍ଚିମ ଓଡିଶାର ମମିତା ମେହେର ମୃତ୍ୟୁ ଘଟଣାରେ ସାମିଲ ଥିବା ଅଭିଯୁକ୍ତ ଗୋବିନ୍ଦ ମେହେରଙ୍କ ଜେଲ ଭିତରେ ଆତ୍ମହତ୍ୟା ଘଟଣା ଲୋକଙ୍କ ନଜରରୁ ଯାଇ ନଥିବା ବେଳେ ଏବେ ପୁଣି ମାଲକାନଗିରି ରେ ଜଣେ ବିଚରାଧିନ କଇଦିଙ୍କ ଉପରେ ଆକ୍ରମଣକୁ ନେଇ ଜେଲ ଭିତରେ ଥିବା କଇଦିଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଜୋର ଧରିଛି ।

Leave a Reply

Your email address will not be published. Required fields are marked *