ବିଚାରାଧୀନ କଏଦୀ ମୃତ୍ୟୁ ।

ଫୋକସ ପ୍ଲସ 10/5/22 (ମୟୁରଭଞ୍ଜ): ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନୂଆତରଣା ଗାଁର ସ୍ବର୍ଗତ ମଙ୍ଗଲ ସିଂ ଙ୍କ ୪୦ ବର୍ଷର ପୁଅ ରାଜେଶ ସିଂ । ରାଜେଶ ଏକ ଚୋରି ମାମଲାରେ ଗିରଫ ହୋଇ ଗତ ୨ ତାରିଖରେ ବାରିପଦା ଜେଲ୍ କୁ ଆସିଥିଲେ , ହେଲେ ଗତ ୬ ତାରିଖରେ ହଠାତ୍ ତାଙ୍କର ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା କରାଯାଉଥିଲା ଆଉ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ସଠିକ୍ ଭାବରେ ଜଣାପଡିନଥିବା ବେଳେ ମଙ୍ଗଲ ପୂର୍ବରୁ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ବାରିପଦା ମଣ୍ଡଳ କାରାଗାରର ଜେଲର ମଧୁସ୍ମିତା ସେଠି ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ରୁ ତରୁଣ କୁମାର ଦାଶଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *