ବିଚିତ୍ରକୁ କେବେ ମିଳିବ ନ୍ୟାୟ ?

ଘର ଛାଡି ଜୀବନ ନେଇ ପଳା… ନ ହେଲେ ତୋତେ ଜୀବନରୁ ମାରି ଦେବୁ…କୋଉ ଠିକୁ ଯିବୁ ଯା …କୋଉ ପୁଲିସ କୋଉ କୋର୍ଟ ଆମର…ଉପାଡିବ..ଗୋଟିଏ ଇଞ୍ଚ ବି ଜାଗା ଦେବୁନି ତୋତେ..ଜୀବନ ନେଇ ପଳା.. ମୋ ସ୍ତ୍ରୀ ରୋଷେଇ କଲା ବେଳେ ଗ୍ୟାସ ହାଣ୍ଡି ଡେକିଚି ସବୁ ଫିଙ୍ଗା ଫୋଫଡା କଲେ…ଠେଙ୍ଗା ଶାବଳ ଧରି ମୋତେ ମାରିବାକୁ ଗୋଡ଼ାଇଲେ..ମୁ ମୋ ପରିବାର କୁ ନେଇ ଗଛମୁଳ ରେ ରହୁଛି …ହଁ ଦର୍ଶକ ବନ୍ଧୁ ଏକଥା କୌଣସି ଫିଲ୍ମ ର ସଂଳାପ ନୁହଁ …ଏକଥା କହୁଛନ୍ତି ଜଣେ କଳା ପୋଷାକ ଧାରୀ ଓକିଲ ମହାଶୟ ଏବଂ ତାଙ୍କ ବାପା ,ମା ଭାଇ ଓ ପୁତୁରା ।

ସୂଚନା ଅନୁଯାୟୀ କଟକ ଜିଲ୍ଲା ନିଶ୍ଚିତ କୋଇଲି ବ୍ଲକ ନେମାଳ ଥାନା ଭଗବାନ ପୁର ଅଞ୍ଚଳରେ ରାଧେଶ୍ୟାମ ସାମଲ ତାଙ୍କର 4ପୁଅ ବିଚିତ୍ରା ନନ୍ଦ ସାମଲ,ନିର୍ମଳ ଚନ୍ଦ୍ର ସ୍ୱାଇଁ(ଓକିଲ),ନୃସିଂହ ଚନ୍ଦ୍ର ସ୍ୱାଇଁ ସଚିତ୍ରା ନନ୍ଦ ସ୍ୱାଇଁ ,ପତ୍ନୀ ,ପୁତ୍ରବଧୁ ଏବଂ ପୁତୁରା ମଳୟ ସ୍ୱାଇଁ ନ୍କ ସହ ବାସ କରୁ ଥିଲେ ।ସାନ ପୁଅ ବିଚିତ୍ରା ନନ୍ଦ ସାମଲ କର୍ମ ସଂସ୍ଥାନ ପାଇଁ ବାହାରେ ଦୀର୍ଘ ଦିନ ଧରି କାମ ଧନ୍ଦା କରି ଆସୁଥିଲେ ।ଏବଂ ବିଚିତ୍ର ନ୍କ ପତ୍ନୀ ରାଧେଶ୍ୟାମ ସାମଲ ନ୍କ ପୈତୃକ ବାସଭବନ ଭଗବାନ ପୁର ରେ ରହି ଆସୁଥିଲେ ।ନିଜ ପେଟରେ ଓଦା କନା ଦେଇ ବିଚିତ୍ରା ନନ୍ଦ କରୁଥିବା ରୋଜଗାର ରେ ଗାଁ ରେ ଥିବା ୩ ଘର ନିର୍ମାଣ କରିଥିଲେ ।କିଛି ବର୍ଷ ବିଚିତ୍ର ନ୍କ ପତ୍ନୀ ଓ ବିଚିତ୍ର ଙ୍କର ଖୁସିରେ ତ ସମୟ କଟିଥିଲା ।କିନ୍ତୁ ପରବର୍ତୀ ସମୟ ରେ ବିଚିତ୍ର ନ୍କ ମୁଣ୍ଡ ଉପରେ ଢାଙ୍କି ଯାଇଥିଲା କଲା ବାଦଲ ।ହଠାତ ବିଚିତ୍ର ନ୍କ ପତ୍ନୀ ରୋଷେଇ କରୁଥିବା ସମୟ ରେ ତାଙ୍କର ବଡ଼ ଭାଇ ନିର୍ମଳ ଚନ୍ଦ୍ର ସ୍ୱାଇଁ ଯିଏକି ପେଶା ରେ ଜଣେ ଓକିଲ ଏବଂ ପିତା ରାଧେଶ୍ୟାମ ,ମା ,ପୁତୁରା,ଓ ଅନ୍ୟଭାଇ ମାନେ ପହଁଚି ବିଚିତ୍ର ନ୍କ ରୋଷେଇ ସାମଗ୍ରୀ ଫୋଙ୍ଗା ଫୋଫଡ କରିବା ସହ ଆରମ୍ଭ କରିଥିଲେ ଗାଳି ଗୁଳଜ ।ବିଚିତ୍ର କିଛି ବୁଝିବା ପୂର୍ବରୁ ଠେଙ୍ଗା ଓ ଶାବଳ ଧରି ଜୀବନରେ ମାରି ଦେବାକୁ ରାଧେଶ୍ୟାମ ଓ ତାଙ୍କର ଅନ୍ୟ ପୁଅ ମାନେ ଗୋଡ଼ାଇ ଥିଲେ ।ଜୀବନ ବଞ୍ଚାଇ ବାକୁ ଯାଇ ବିଚିତ୍ର ଅଭିଯୋଗ କରିଥିଲେ ନେମାଳ ଥାନାରେ ।
ଅଭିଯୋଗ ପାଇଲା ପରେ ନେମାଳ ପୁଲିସ ଯଦିଓ ଅଭିଯୁକ୍ତ ଙ୍କୁ ଥାନା କୁ ଡକାଇ ଥିଲେ କିନ୍ତୁ ପରବର୍ତୀ ପର୍ଯ୍ୟାୟ ରେ ବୀଚିତ୍ର କୁ ନ୍ୟାୟ ଓ ସୁରକ୍ଷା ଦେବାକୁ ଅସମର୍ଥ ହୋଇଥିଲେ ।ଯାହା ଫଳରେ ବିଚିତ୍ର ଗଛମୁଳ ଠୁ ଆରମ୍ଭ କରି ବାର ଓଲି ଶୁଣ୍ଢି ପିନ୍ଧା ହୋଇଥିଲେ ।ଜୀବନ ଜୁଧ୍ୟ ରେ ସତେ ଯେମିତି ପରାଜିତ ସୈନିକ ପରି ଗୁମୁରି ଗୁମୁରି କାନ୍ଦୁଥିଲେ ସିନା ନ୍ୟାୟ ର କୌଣସି କୁଲକିନାରା ପାଉ ନଥିଲେ ।ଏହାପରେ ବିଚିତ୍ର ନ୍ୟାୟ ପାଇଁ କଟକ ଜିଲ୍ଲା ପାଳ ନ୍କ ଠୁ ଆରମ୍ଭ କରି sub registrerପର୍ଯ୍ୟନ୍ତ ଲିଖିତ ଅଭି ଯୋଗ ଦାଖଲ କରିଥିଲେ ।କିନ୍ତୁ ସତେ ଯେମିତି ଆଇନ ର ନାଲିଫିତା ତଳେ ଚପି ହୋଇଗଲା ବିଚିତ୍ର ନ୍କ ସ୍ୱର ।
ଏ ଘଟଣା କୁ ନେଇ ଆମେ ନେମାଳ ପୁଲିସ ସହ ଯୋଗାଯୋଗ କରିଥିଲୁ ।ନେମାଳ ପୁଲିସ ର କହିବା ମୁତାବକ ଏ ଉପରେ ଆମେ ଅଭିଯୋଗ ପାଇଛୁ ।ଘଟଣାର ଅନୁସନ୍ଧାନ କରା ଯାଇଛି ।ଏବଂ ବିଚିତ୍ର ନ୍କ ଭାଇ ଓକିଲ ନିର୍ମଳ ଚନ୍ଦ୍ର ସ୍ୱାଇଁ କୁ ଆଜି ଆମେ 5ଟା ବେଳକୁ ଥାନାକୁ ଡାକିଚୁ ।

କାରଣ ଯାହା ହେଉନା କାହିଁକି ଏବେ ବି ବିଚିତ୍ର ନ୍ୟାୟ ପାଇଁ ବାର ଓଳି ଶୁଣ୍ଢି ପିନ୍ଧା ହେଉଛନ୍ତି ଏକଥା ସ୍ୱୀକାର ଯୋଗ୍ୟ ।ତେବେ ପ୍ରଶ୍ନ ଉଠୁଛି ମୋ ସରକାର ମୋ ପୁଲିସ କାହା ପାଇଁ ?,ଓଡିଶା ପୁଲିସ ଆପଣଙ୍କ ସେବାରେ ଏକଥା କଣ ଖାଲି କାଗଜ କଲମରେ ଚାଲିଛି ।ଆଇନ କଣ ସାଧାରଣ ଲୋକଙ୍କ ପାଇଁ ସମାନ ନୁହଁ କି ?,ଏତେ ନିର୍ଯାତିତ ହେଲା ପରେ ନେମାଳ ପୁଲିସ କାହିଁକି ବିଚିତ୍ର କୁ ନ୍ୟାୟ ଦେଉନି ନା କିଛି ମୁଷ୍ଟିମେୟ ଲୋକଙ୍କ କଥା ରେ ପରିଚାଳିତ ହେଉଛି ?,ବିଚିତ୍ରଙ୍କୁ କେବେ ମିଳିବ ନ୍ୟାୟ ଏ ଖବର ପ୍ରସାରିତ ହେବ ପରେ ବିଚିତ୍ର କୁ ନ୍ୟାୟ ମିଳୁଛି କିମ୍ବା ପୁଣି ନେମାଳ ପୁଲିସ ର ନାଲିଫିତା ତଳେ ପୁଣି ଚପି ଯାଉଛି ବିଚିତ୍ର ର ସ୍ୱର ତାହା ଦେଖିବାକୁ ବାକି ରହିଲା ।କଟକ ରୁ ଅଜୟ କୁମାର ବେହେରା ।

Leave a Reply

Your email address will not be published. Required fields are marked *