ବିଜୁ ସେତୁ କେବେ ହେବ ଶେଷ ?

ଫୋକସ ପ୍ଲସ 7/3/2023(ଥୁଆମୂଳ): ବିଜୁବାବୁ ଙ୍କ ନାଁ ରେ ଓଡ଼ିଶା ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରା ଯାଇ ଖର୍ଚ୍ଚ ମଧ୍ୟ କରାଯାଇଛି ସତ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା ଆଦିବାସୀ ଅଞ୍ଚଳରେ ସାତସପନ ପାଲଟିଛି। ସୁଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ପାଡେଲଗୁଡା ଗ୍ରାମ କୁ ସଂଯୋଗ କରାଯାଇଥିବା ଇନ୍ଦ୍ରାବତୀ ନଦୀ ଠାରେ ବିଜୁ ସେତୁ ଯୋଜନା ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏକ ସେତୁ ନିର୍ମାଣ କରାଯାଉଛି। କିନ୍ତୁ ଆଜକୁ ପ୍ରାୟ ୩/୪ ବର୍ଷ ବିତିଗଲାଣି ଏଯାଏଁ ଏହି ସେତୁ କାମଟି ଶେଷ ହୋଇ ପାରି ନାହିଁ। ଯାହାଦ୍ଵାରା ଲୋକେ ଯାତାୟତ କରିବାରେ ଅସୁବିଧା ର ସମୁଖୀନ ହେଉ ଥିବା ଅଭିଯୋଗ ହେଉଛି ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାମଟି ମୋତର ଗତିରେ ଚାଳୁଛି। ବିନା ସୁଚନା ଫଳରେ ସେତୁ କାମଟି ନିର୍ମାଣ କରା ଯାଉଥିବା ହେତୁ ବୁଦ୍ଧିଜୀବୀ ମହଲରେ ଅନେକ କଥା ଚର୍ଚ୍ଚା ହେଉଛି। ଠିକ୍ ସେଭଳି କାମର ତଦାରଖ ଦାୟିତ୍ବରେ ରହିଥିବା ଅଫିସ ସର ବାବୁ ଜଣକ କାହିଁକି ନିରବ ଦ୍ରଷ୍ଟା ସାଜିଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଣୁ ତୁରନ୍ତ ବର୍ଷା ପୂର୍ବରୁ କାମଟି କୁ ଶେଷ କରିବା ପାଇଁ ଦାବି ହେଉଛି ଏଠାରେ ପ୍ରାୟ ୧୦/୧୨ ଖଣ୍ଡ ଗ୍ରାମ ବାସୀ ଉପକୃତ ହେବେ।

ଥୁଆମୂଳ ରାମପୁର ବ୍ଳକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ ପ୍ଳସ୍।

Leave a Reply

Your email address will not be published. Required fields are marked *