ବିଜେଡିକୁ ବିପୁଳ ବିଜୟ ପାଇଁ ବିଧାୟିକାଙ୍କ ପ୍ରୟାସ ଆରମ୍ଭ I

ଚମ୍ପୁଆ ଏନଏସି ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ବିଧାୟିକା ମିନାକ୍ଷୀ ମହାନ୍ତ ଆଜି ପ୍ରୟାସ ଆରମ୍ଭ କରିଛନ୍ତି । ୧୩ ଗୋଟି ୱାର୍ଡ କାଉନସିଲର ସମେତ ଚେୟାରମ୍ୟାନ ପ୍ରାର୍ଥୀ ଗିରିଜା ଶଙ୍କର ସାହୁଙ୍କୁ ବିଜୟ କରି ନିବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ କର୍ମିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶାର ବିକାଶମୁଖୀ ସରକାର ଭାବେ ବିଜେଡି କାର୍ଯ୍ୟରତ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶାବାସୀଙ୍କ ପ୍ରତି ଅବଦାନ ଆଜି ଏକ ମାଇଲ ଖୁଂଟ ଭାବେ ଭାରତରେ ପ୍ରତୀୟମାନ ହୋଇଛି । ଏଣୁ ଏନଏସିରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଚେୟାରମ୍ୟାନ ଓ କାଉନସିଲରଙ୍କ ବିଜୟ ଆମର ଏକମାତ୍ର ଲକ୍ଷ୍ୟ ବୋଲି ଅଭିହିତ କରିବା ସହିତ ଶ୍ରୀମତୀ ମହାନ୍ତ ୨୦୧୯ ପର ଠାରୁ ଚମ୍ପୁଆରେ ଆରମ୍ଭ କରାଯାଇଥିବା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ନିତ କରିବାକୁ ନିବେଦନ କରିଥିଲେ । ଚମ୍ପୁଆଠାରେ ଥିବା ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ କର୍ମୀ ସମ୍ମିଳନୀରେ ଏହି ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଅଶୋକ ମହାନ୍ତ, ଯୁବନେତା ସୁବ୍ରତ କୁମାର ସାହୁ, ଚିତୋରଂଜନ ମହାନ୍ତ, ହବି ଦାସ, ଗୁଲ୍‌ବେଜ ଆଲାମ, ଏମଡି ବଡକୁ, ଅଶୋକ କୁମାର ଦାସ ପ୍ରମୁଖ କର୍ମୀ ସମେତ ବହୁ ମହିଳା କର୍ମୀ ଉପସ୍ଥିତ ରହିଥିଲେ ।

ଚମ୍ପୁଆ ରିପୋର୍ଟର ଦାଶରଥି ଗିରି Focus plus

Leave a Reply

Your email address will not be published. Required fields are marked *