ଆଠମଲ୍ଲିକ୩୦/୦୧/୨୦୨୪: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ୍ ଅନ୍ତର୍ଗତ ଉରୁକୁଳା ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଭାରତୀୟ ଜନତା ପାର୍ଟି ତରଫରୁ ଆଠମଲ୍ଲିକ ବିଧାନ ସଭା କ୍ଷେତ୍ରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ କିଶୋର ନଗର ଓ ଅନୁଗୋଳ ବ୍ଲକ ରୁ ମୋଟ ୫୨ ଗୋଟି ପଞ୍ଚାୟତ ରୁ ସକ୍ରିୟ କର୍ମୀ ମାନେ ଯୋଗଦେଇ ଆଗାମୀ ଦିନରେ ଆଠମଲ୍ଲିକ ଓ ସାରା ଓଡ଼ିଶା ରାଜ୍ୟ ରେ ଭାରତୀୟ ଜନତା ପାର୍ଟି କିପରି ସରକାର ଗଠନ କରିବ ତାହାଉପରେ ବିଶଦ ଭାବେ ଆଲୋକ ପାତ କରାଯାଇଥିଲା । ଯଶସ୍ୱି ପ୍ରଧାମନ୍ତ୍ରୀଙ୍କର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଘନପୁର ଗ୍ରାମର ବଂଶୀଧର ସାହୁ, ରବୀନ୍ଦ୍ର କୁମାର ସାହୁ, ଭୀମସେନ ବେହେରା, ଠୋକୁ ସାହୁ, ଦୀପକ ପ୍ରଧାନ, କୃଷ୍ଣ ମାଝୀ, ଚିଣ୍ଟ ମାଝୀ, ଜୟନ୍ତ ସାହୁ, ପାଇଛା ସାହୁ, ପଙ୍କ ସାହୁ, ସୁଶାନ୍ତ ବାଘ, ବିଛନ୍ଦ ପ୍ରଧାନ , ଜୀବନ ବିଶ୍ଵାଳ, ଲିଲେସ ପ୍ରଧାନ ସମେତ ୨୦ ଜଣ ସଭ୍ୟ ବିଜୁ ଜନତା ଦଳ ପାଟିକୁ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଥିବା ଦେଖାଦେଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଂଶୀଧର ସେଠୀ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ବିଜେପି ଦଳର ବରିଷ୍ଠ ନେତା ଭାଗିରଥି ପ୍ରଧାନ, ଆଠମଲ୍ଲିକ ବିଧାନ ସଭା କ୍ଷେତ୍ରୀୟ ସଂଯୋଜକ ଡକ୍ଟର ଅଲେଖ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।