ବିଜେପିର ବଡ଼ ଘୋଷଣା; ମିଜୋରାମରେ ସମସ୍ତ ୪୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିିତା କରିବ ବିଜେପି

ଫୋକସ ପ୍ଲସ(ବ୍ୟୁରୋ): ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ବଡ଼ ଘୋଷଣା । ତେବେ ମିଜୋରାମରେ ହେବାକୁ ଥିବା ଆସନ୍ତା ୨୦୨୩ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୪୦ଟି ବିଧାନସଭା ଆସନାରେ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ନତ୍ତ୍‌ି ନେଇଛି । ସେପଟେ ମିଜୋରାମ ବିଜେପି ସଭାପତି ଭାନଲାଲମୁକା ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ ସେପ୍ଟେମ୍ବରରେ ମିଜୋରାମର ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟର ୧୬ ଜଣ ନେତା ବିଜେପିରେ ଯୋଗ ଦେଇଥିଲେ । ମିଜୋରାମର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ ଚକମା ସ୍ୱୟଂଶାସିତ ଜିଲ୍ଲା ପରିଷଦ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏମଏନଏ ଯୁବ ସଭାପତି ମଲିନ କୁମାର ଚକମାଙ୍କ ନେତୃତ୍ୱରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ନେତାମାନେ ବିଜେପିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *