ବିଜେପିର ମଠ ମନ୍ଦିର ସଫେଇ କାର୍ଯ୍ୟକ୍ରମ |

କେନ୍ଦ୍ରାପଡ଼ା19/01/2024: ଜାନୁୟାରୀ ବାଇଶି ତାରିଖ ରେ ଅଯୋଧ୍ୟା ରେ ରାମଲlଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ ରେ ସାରା ଦେଶରେ ବିଜେପି ପକ୍ଷରୁ ମଠ ମନ୍ଦିର ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ପାଟକୁରା ବିଜେପି ପକ୍ଷରୁ ବିଜେପି ନେତ୍ରୀ ମନୀଷା ପଣ୍ଡା ଙ୍କ ନେତୃତ୍ୱରେ ଡେରାବିଶ ର ଛତା ବଟ ମହାପୁରୁଷ ଙ୍କ ପ୍ରାଙ୍ଗଣରେ ଏବଂ ଦଧି ବାମନ ଜୀଉ ପରିସର ରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଇ ଯାଇଛି. ନିଜେ ମନୀଷା ପଣ୍ଡା ତାଙ୍କ ସହଯୋଗୀ ଙ୍କ ସହ ମନ୍ଦିର ପରିସର ସଫେଇ କରିବା ସହ ତୁଳସୀ ଚଉରା ମୂଳ ଧୋଇ ଥିଲେ.ମନୀଷା ଦୁଇ ମାସ ହେବ ପାଟକୁରା ବିଜେପି ର ନେତୃତ୍ୱ ନେବା ସହ ବିଜେପି କୁ ସୁଦୃଢ କରିବାକୁ ଚେଷ୍ଟା କରିଛନ୍ତି.ଆଗାମୀ ଦିନ ରେ ପାଟକୁରା ବିଜେପି ର ବିଭିନ୍ନ କାର୍ଯ୍ୟକ୍ରମ କୁ ସକ୍ରିୟ କରିବେ ବୋଲି ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *