ବିଜେପି ର ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ :07/04(ବାଲେଶ୍ୱର ):ବିଜେପିର ୪୩ ତମ ପ୍ରତିଷ୍ଠା ଦିବସ ସାରା ଦେଶରେ ପାଳନ ହେଉଥିବା ବେଳେ ବାଲିଆପାଳ ବ୍ଲକ ରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ଆଜି ବାଲିଆପାଳ ବ୍ଲକ ବିଜେପି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ କରାଜାଇଥିବା ବେଳେ ପ୍ରଥମେ କାର୍ଯ୍ୟକର୍ତା ମାନେ ଭାରତମାତା ର ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିବାବେଳେ ପୂର୍ବତନ ଜିଲ୍ଲାପରିଷଦ ଅଜୟ କୁମାର ସାହୁ ଦଳୀୟ ପତାକା ଉତ୍ତୋଳନ କରିଥିବା ବେଳେ ତତ୍ପରେ ଜାତୀୟ ସଂଗୀତ ଗାନ କରିଥିଲେ।ପରେପରେ ପ୍ରତିଷ୍ଠା ଦିବସ ବାବଦରେ ଆଲୋଚନା କରାଯାଇଥିବାବେଳେ ଦଳର ସଂଗଠନ କୁ ବାଲିଆପାଳ ରେ କେମିତି ମଜବୁତ୍ କରାଯିବ ସେ ବାବଦରେ ଆଲୋଚନା ହୋଇଥିଲା  ।  ଉକ୍ତ ବୈଠକରେ ଜିଲ୍ଲା ଓବିସି ମୋର୍ଚା ସଭାପତି ଅରବିନ୍ଦ ବେହେରା,ରାଜ୍ୟ ଉପସଭାପତି ଅଜୟ କୁମାର ସାହୁ, ବାଲିଆପାଳ ମଣ୍ଡଳ ସଭାପତି ମୂରଲୀଧର ସାହୁ, ଗୌରବ ଅଣ୍ଡିଆ, ସାଂସଦ ପ୍ରତିନିଧି ମହେଶ୍ୱର ଜେନା,ଖପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ, ନିମାଇଁ ଦାସ, କରୁଣାକର ଜେନା,ଲଙ୍ଗଳେଶ୍ୱର ମଣ୍ଡଳ ସଭାପତି ଗଗନ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ।
ସେହିପରି ନୁଆଁଗା ପଞ୍ଚାୟତର ଯମୁନା ଶୂଳ ପାନ୍ଥ ନିବାସରେ ପୂର୍ବତନ ବ୍ଲକ୍ ସଭାପତି ସୁବଳ ଚନ୍ଦ୍ର ଦାସ ଙ୍କ ନେତୃତ୍ୱରେ ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଥିବା ବେଳେ ପୂର୍ବତନ କୃଷକମୁର୍ଚା ସାଧାରଣ ସମ୍ପାଦକ ଅଦୈତ ବାଗ୍, ପୁର୍ବତନ କୃଷକନେତା ସୂର୍ଯ୍ୟ ନାରାୟଣ ସାହୁ,ବସ୍ତାର ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ,ଅଭିରାମ ମଲ୍ଲିକ, ବରିଷ୍ଠ କାର୍ଯ୍ୟକର୍ତା ଚତୁର୍ଭୁଜ ବାରିକ୍,ଅଜିତ ପଟ୍ଟାୟତ ପ୍ରମୁଖ ଯୋଗଦାନ କରିଥିବା ବେଳେ ବସ୍ତା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର କାର୍ଯ୍ୟକର୍ତ୍ତା ଯୋଗଦାନ କରି ଦଳୀୟ ପତାକା ଉତ୍ତୋଳନ କରିଥିଲେ I ପରେ ପାନ୍ଥ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇ ବସ୍ତା ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ଦଳକୁ କିପରି ମଜବୁତ୍ କରାଯିବ ସେନେଇ ଉପସ୍ଥିତ ବରିଷ୍ଠ କର୍ମୀ ମାନଙ୍କୁ ମନ୍ତ୍ର ଫୁଙ୍କି ଥିଲେ।
ବାଲିଆପାଳ ରୁ ପ୍ରଭାତ କୁମାର ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *