ବିଜ୍ଞାନ ମେଳାରେ ଶିକ୍ଷାର୍ଥୀଙ୍କ ଚମତ୍କାର

ଫୋକସ ପ୍ଲସ(ଚୌଦ୍ୱାର): ଟାଙ୍ଗୀ ଚୌଦ୍ବାର ବ୍ଲକ୍, କନ୍ଦର୍ କଣା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ବିଜ୍ଞାନ ମେଳା ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଉପାଦେୟ ପ୍ରକଳ୍ପ ମାନ ପ୍ରଦର୍ଶନ କରାଯାଇଥିଲା ।ବିଡିଓ ଆଶୁତୋଷ ମିଶ୍ର, ଜିଲ୍ଲାପରିଷଦ ସଦସ୍ୟା ଜୟଶ୍ରୀ ପ୍ରଧାନ,ପରିଚାଳନା କମିଟି ସଦସ୍ୟ ବିଭୂତି ଭୂଷଣ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତ ପ୍ରକଳ୍ପକୁ ବୁଲି ଦେଖି ଭୂୟସୀ ପ୍ରଶଂସା କରିଥିଲେ ।କନିଷ୍ଠ ବିଭାଗରେ ଜ୍ୟୋତିସ୍କା ପ୍ରଧାନ, ସାଇପିଉସ ମହାନ୍ତି,ଭକ୍ତି ସ୍ୱରୂପା ମନୋନୀତ ହୋଇଥିବା ବେଳେ ବରିଷ୍ଠ ମାନଙ୍କ ମଧ୍ୟରୁ ସୌମଶ୍ରୀ ସାହୁ, ସାରଦା ପ୍ରସାଦ ନାୟକ, ସୃତିରାଗିନିଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା ଦୀପା ମହାନ୍ତିଙ୍କ ଦ୍ୱାରା ପରିଚାଳିତ ଏହି ମେଳାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ମେଳାର ବିଶେଷତ୍ଵକୁ ଉପଲବ୍ଧି କରିଥିଲେ ।

ଚୌଦ୍ୱାରରୁ ମାନସ କୁମାର ସାମଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *