ବିଞ୍ଝାରପୁର ରେ ବି. ଜେ. ଡି ର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବିଞ୍ଝାରପୁର: ନିର୍ବାଚନ ମଣ୍ଡଳୀରେ ବିଜେଡି ର ୨୭ତମ ପ୍ରତିଷ୍ଠା ଦିବସ ବିଞ୍ଝାରପୁର ର ଉତ୍ତଙ୍ଗରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି.ଏହି ସଭାରେ ବିଂଝାରପୁର ବିଜେଡି ର ସଭାପତି ନନ୍ଦକିଶୋର ସାମଲ ସଭାପତିତ୍ବ କରିଥିଲାବେଳେ, ମୁଖ୍ୟ ଅତିଥି ଭାବରେ ବିଞ୍ଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ଦାସ, ମୁଖ୍ୟ ବକ୍ତା ଭାବେ ମାନ୍ୟବର ବାଚସ୍ପତି ଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି,ସମ୍ମାନିତ ଅତିଥି ରୂପେ ୨୮ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ୱର ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ସୁନୀତା ନାୟକ, ପୂର୍ବତନ ଜଲ୍ଲାପରିଷଦ ଅଧ୍ୟକ୍ଷ ସୁଶାନ୍ତ କୁମାର ମିଶ୍ର, କୃଷକ ନେତା ନିତ୍ୟାନନ୍ଦ ବାବୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବାଜୀ ଦାସ, ପୂର୍ବତନ ସରପଂଚ ମହେଶ୍ୱର ରାଉତ,ଉତ୍ତଙ୍ଗରା ଗ୍ରାମପଞ୍ଚାୟତ ର ବିଜେଡି ସଭାପତି ଦର୍ପନାରାୟନ୍ ଦାସ, ସରପଞ୍ଚ ସନ୍ତୋଷ ମଲ୍ଲିକ, ସମିତି ସଭ୍ୟ , ସୁଶାନ୍ତ ରାଉତରାୟ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଯୁବ ବିଜେଡି ସଭାପତି ଦିଲୀପ ରାଉଳ ଓ ବିଜେଡି ର ବହୁ ବରିଷ୍ଠ, ଯୁବ ଏବଂ ଛାତ୍ର ନେତା ମାନେ ଯୋଗଦେଇଥଲେ. ଅନ୍ୟ ମାନଙ୍କ ମଧ୍ୟରେ ଦଶରଥପୁର ବ୍ଲକ୍ ଉପାଧ୍ୟକ୍ଷା ଝିଲୀ ମଲ୍ଲିକ ଓ ଦଶରଥପୁର ବ୍ଲକ ର ବହୁ ବରିଷ୍ଠ, ଯୁବ ଏବଂ ଛାତ୍ର ବିଜେଡି ର ସକ୍ରିୟ କର୍ମୀ ମାନେ ଯୋଗଦେଇଥିଲେ. ବରିଷ୍ଠ ନେତା ଓ କର୍ମୀ ମାନେ ନବୀନ ପଟ୍ଟନାୟକଙ୍କ ସରକାର ସମୟ ରେ ହୋଇଥିବା ରାଜ୍ୟର ବିଭିନ୍ନ ଲୋକାଭିମୁଖୀ ଓ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ବିଷୟରେ ଆଲୋକପାତ କରିଥିଲେ. ସମସ୍ତ ନେତା ଓ କର୍ମୀ ମାନେ ୨୦୨୪ ମସିହାରେ ନବୀନ ପଟ୍ଟନାୟକ ଙ୍କୁ ୬ଷ୍ଠ ଥର ପାଇଁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ କରିବାକୁ ଏବଂ ମାନ୍ୟବର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କୁ ବିଂଝାରପୁର ରୁ ପୁନର୍ବାର ନିର୍ବାଚିତ କରିବାକୁ ଦୃଢ଼ ସଂକଳ୍ପ ଗ୍ରହଣ କରିଥିଲେ.

Leave a Reply

Your email address will not be published. Required fields are marked *