ବିଦୂତ ବିଭାଗ ଲୁଟିନେଲା ଲକ୍ଷାଧିକ ଟଙ୍କା

ଫୋକସ ପ୍ଲସ(ଧର୍ମଶାଳା): ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତ ଅଧିନସ୍ଥ କୁମାରୀ-୨ ପାନୀୟ ଜଳ ପ୍ରକଳ୍ପଟି ଗତ ୬ ବର୍ଷ ହେଲା ଅଚଳ ହୋଇ ପଡିଛି। ସେଠାରୁ ଜଳ ଯୋଗାଣ ଠପ୍। ହେଲେ ମାସକୁ ମାସ ପଞ୍ଚାୟତକୁ ଆସୁଛି ବିଦ୍ୟୁତ୍ ବିଲ। ବକେୟା ବିଲ ବାବଦକୁ ଏବେ ୪ ଲକ୍ଷ ୮ ହଜାର ଟଙ୍କା ପଞ୍ଚାୟତ ପାଣ୍ଠି ଉପରେ ବୋଝ। ଏପରିକି ଏହି ବିଲ ପରିଶୋଧ ପାଇଁ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ ଓ କର୍ମଚାରୀ ମାନେ ବାରମ୍ବାର ମାନସିକ ଚାପ ପକାଇବାରୁ ସରପଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ମାସକ ତଳେ ପଞ୍ଚାୟତ କାର୍ଯ୍ୟଭାର ଗ୍ରହଣ କରିଥିବା ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) ଏହି ବକେୟା ବିଲରୁ ୩ ଲକ୍ଷ ୯୩ ହଜାର ଟଙ୍କା ପୈଠ କରିଛନ୍ତି।

କିନ୍ତୁ ପରେ ଜଣା ପଡିଛି ଯେ, ଏହି ପ୍ରକଳ୍ପଟି ୨୦୧୬ ମସିହାରୁ ଅଚଳ। ତେବେ ଏହି ପୈଠ ବିଲକୁ ପଞ୍ଚାୟତକୁ ପୁନଃ ଫେରସ୍ତ ପାଇଁ ସରପଞ୍ଚ ଦାବି କରିଛନ୍ତି।ଧର୍ମଶାଳା ରୁ ପ୍ରମୋଦ ରାଉତ ଙ୍କ ସହ ଦିବାକର ଲେଙ୍କା ଙ୍କ ରିପୋର୍ଟ |

ଧର୍ମଶାଳା, ଯାଜପୁରରୁ ଦିବାକର ଲେଙ୍କା ସହ ପ୍ରମୋଦ ରାଉତରିପୋର୍ଟ

Leave a Reply

Your email address will not be published. Required fields are marked *