ବିଦେଶରୁ ଆସିଥିବା ଜଣେ ମହିଳାଙ୍କୁ ଅସଦାଚରଣ।

ଫୋକସ ପ୍ଲସ 3/12/2022(ବ୍ୟୁରୋ):ଅତିଥି ଦେବ ଭଵ ବୋଲି ଆମ ଦେଶର ସଂସ୍କୃତି ରହିଛି।ବିଦେଶରୁ କୌଣସି ପର୍ଯ୍ୟଟକ ଆମ ଦେଶକୁ ଆସିଲେ ତାଙ୍କୁ ସମ୍ମାନର ସହ ସ୍ବାଗତ କରାଯାଇଥାଏ। କିନ୍ତୁ ତାର ଏକ ବ୍ୟତିକ୍ରମ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଦେଶରୁ ଆସିଥିବା ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଛି।ଏହି ଘଟଣା ଆମ ଦେଶରେ ପ୍ରଥମ ନୁହେଁ ଏମିତି ଅନେକ ଥର ଅନେକ ବିଦେଶୀ ଅତିଥିଙ୍କ ସହ ଘଟିଛି। ଦକ୍ଷିଣ କୋରିଆର ଜଣେ ମହିଳା ୟୁଟ୍ୟୁବରଙ୍କୁ ଲାଇଭ ଭିଡିଓରେ ଅସଦାଚରଣ କରାଯାଇଥିବା ଦେଖିବାକୁ ମିଳିଛି । ମୁମ୍ବାଇରେ ଦକ୍ଷିଣ-କୋରିଆର ଜଣେ ମହିଳା ୟୁଟ୍ୟୁବରଙ୍କୁ ଲାଇଭ ଷ୍ଟ୍ରିମିଂରେ ଦୁଇ ଜଣ ଯୁବକ ଅସଦାଚରଣ କରିଥିଲେ।ଏନେଇ ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ମୁମ୍ବାଇର ଖାର ଏରିଆରେ ଏହି ମହିଳା ୟୁଟ୍ୟୁବର ଜଣଙ୍କ ଏକ ଲାଇଭ ଷ୍ଟ୍ରିମିଂରେ ଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କୁ ଅସଦାଚରଣ କରିଥିଲେ । ଯାହାର ଦୃଶ୍ୟ ସମ୍ପୃକ୍ତ ୟୁଟ୍ଯୁବରଙ୍କ କ୍ୟାମେରାରେ ରେକର୍ଡ ହେବା ସହ ଭାଇରାଲ ମଧ୍ୟ ହୋଇଥିବାର ଦେଖିବାକୁ ମିଲିଥିଲା।ଏନେଇ ବିଦେଶୀ ନାଗରିକଙ୍କୁ ଅସଦାଚରଣ କରିବା ଆକ୍ଟ ଅନୁସାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ 19 ବର୍ଷୀୟ ମୋବିନ ଚାନ୍ଦ ଶେଖ ଓ 20 ବର୍ଷୀୟ ମହମ୍ମଦ ନକବି ସାଦରିଆଲାମ ଅନସାରୀ ବୋଲି ପୋଲିସ ସୂଚନା ଦେଇଛି । ତେବେ ଉଭୟଙ୍କୁ କୋର୍ଟ ଫରଓ୍ବାର୍ଡ ମଧ୍ୟ କରାଯାଇଛି ।ସୂଚନା ଅନୁସାରେ ଏହି ମହିଳା ୟୁଟ୍ୟୁବର ଜଣଙ୍କ ଖାର ଏରିଆ ନିଜ ଚ୍ୟାନେଲ ପାଇଁ ଭିଡିଓ ଉତ୍ତୋଳନ କରିବା ସହ ଲାଇଭ ମଧ୍ୟ କରୁଥିଲେ । ଏହି ସମୟରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ମହିଳାଜଣଙ୍କୁ ନିଜ କାରରେ ବସିବା ପାଇଁ କହିଥିଲେ । ପରେ ତାଙ୍କୁ ଅସଦାଚରଣ କରିବା ସହ କାରରେ ବଳପୂର୍ବକ ବସାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । କେବଳ ଏତିକି ନୁହେଁ ଉଭୟ ଅଭିଯୁକ୍ତ ମହିଳାଙ୍କୁ ଚୁମ୍ବନ ଦେବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ତେବେ ଏହି ସମୟର ସମସ୍ତ ଘଟଣାର ଦୃଶ୍ୟ ଭିଡିଓରେ ରେକର୍ଡ ହେବା ସହ ଭାଇରାଲ ହୋଇଥିଲା । ବିଦେଶୀ ନାଗରିକଙ୍କ ଭଇରାଲ ଭିଡିଓ ଆଧାରରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *