ବିଦେଶୀ ମୁଦ୍ରା ସଂଗ୍ରହ, ବ୍ୟବସାୟୀଙ୍କୁ ମିଳିଲା ନୂଆ ପରିଚୟ

ଫୋକସ ପ୍ଲସ(ବାଲେଶ୍ୱର)୦୮/୦୮/୨୦୨୨ :ସଉକ ଯେତେବଳେ ନିଶା ପାଲଟି ଯାଏ, ସେତେବେଳେ ଜଣେ ବ୍ୟକ୍ତି ଙ୍କ ନୂଆ ପରିଚୟ ପାଏ , ଏଇ ସମାଜ ରେ ଏମିତି ଚରିତ୍ର ଅଛନ୍ତି, ଯେଉ ମାନେ ନିଜ ସଉକ ରେ ବଞ୍ଚନ୍ତି। ତାହାକୁ ନିଶାରେ ପରିବର୍ତ୍ତନ କରି, ସମାଜ ପାଇଁ ପ୍ରେରଣା ପାଲଟି ଯାଆନ୍ତି। ସେମିତି ଜଣେ ଭିନ୍ନ ପରିଚୟ ର ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ର ମାଣିଖମ୍ବ ଗ୍ରାମ ର ରହିମ ଖାଁନ। ପେଶାରେ ଜଣେ ବ୍ୟବସାୟୀ । କିନ୍ତୁ ନିଶା ଅଜବ, 100ରୁ ଅଧିକ ଦେଶ ବିଦେଶ ର ବିରଳ ନୋଟ, କୋଏନ, ସଂଗ୍ରହ କରି ସମସ୍ତ ଙ୍କ ପାଇଁ ପାଲଟି ଛନ୍ତି ଗ୍ଲୋବାଲ ମେପ। ଏବେ ତାଙ୍କ ଘର ପାଲଟି ଯାଇଛି, ମୁଦ୍ରା ସଂଗ୍ରାଳୟ ପରି। ଦିର୍ଦ୍ଧ 20ବର୍ଷ ପରିଶ୍ରମ କରି ଲୋକେ ଜାଣି ନଥିବା ଦେଶ ବର୍ଲିନ, ଘାନା, ବାରୁଣ୍ଡି, ଅଙ୍ଗୋଲା, ଓ କମ୍ବଡିଆ ପରି ଦେଶ ବିଦେଶ ର ମୁଦ୍ରା ସଂଗ୍ରହ କରିଛନ୍ତି। ସେ 10ମ ଶ୍ରେଣୀ ରେ ପଢ଼ିବା ସମୟ ରେ ତାଙ୍କୁ ତାଙ୍କର ମା ବର୍ଲିନ ର ଏକ ମୁଦ୍ରା ଦେଇଥିଲେ, ବାସ ସେହି ଦିନ ହିଁ ବିଦେଶୀ ମୁଦ୍ରା ସଂଗ୍ରହ କରିବାରେ ବ୍ୟସ୍ତ। ଲକ୍ଷ ତାଙ୍କର ଗିନିଜ ବୁକ୍ ୱର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇବା।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ଙ୍ ଙ୍କ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *