ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆ ଯାଉଥିଲା ନିମ୍ମମାନର ଖାଦ୍ୟ!

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ମେଦିନପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନିମ୍ମମାନର ଖାଦ୍ୟ ଦିଆଯାଉଥିବା ନେଇ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇବା ସହ ପ୍ରଧାନ ଶିକ୍ଷକଙ୍କୁ କଞ୍ଚାଅଣ୍ଡା ଖୁଆଇଛନ୍ତି ଗ୍ରାମବାସୀ। ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆଜି ଧାରଣା ଦେଇଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କିଛିଦିନ ହେଲା ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କୁ ଦରସିଝା ଭାତ ଏବଂ କଞ୍ଚାଅଣ୍ଡା ଦିଆଯାଉଥିବାରୁ କିଛି ଅସୁସ୍ଥ ହୋଇଥିଲେ । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  କୁଳମଣି ସେଠୀଙ୍କୁ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯିବାରୁ ଆଜି ଗ୍ରାମବାସୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେବା ସହ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *