ବିଦ୍ୟାଳୟରେ ଥମୁନି ଶିକ୍ଷକ ସମସ୍ୟା

ଫୋକସ ପ୍ଲସ ୧୧/୬/୨୨(ପଟ୍ଟାମୁଣ୍ଡାଇ): ସରକାର ଙ୍କର ବଡ ନାରା।ପଢିବୁ ଆମେ ବଢିବୁ ଆମେ।ମାତ୍ର ବାସ୍ତବତା ବହୁଦୂରରେ।ସରକାର ବହୁତ ବଡବଡ ପ୍ରତିଶ୍ରୁତି ଦେଉଛନ୍ତି।ମାତ୍ର ଶିକ୍ଷାର ବିକାଶ ପାଇଁ ଯାହା ବ୍ୟବସ୍ଥା ଅଛି ନକହିବା ଭଲ। ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ରେ ଅନେକ ସଂସ୍କାର ଆଣିଥିବାର ଡିଣ୍ଡିମ ପିଟୁଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ରେ ଶିକ୍ଷାବ୍ୟବସ୍ଥାର ବିକଳ ଚିତ୍ର ପଦାକୁ ଆସିଛି। ପାଠ ପଢିବାକୁ ନା ଅଛି ଆବଶ୍ୟକ ସଂଖ୍ୟକ ଘର ନା ଅଛି ପାଠ ପଢାଇବାକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ। ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢା ଏବେ ଚୁଲିକି ଗଲାଣି।ମାତ୍ର ଜଣେ ଦୁଇ ଜଣ ଶିକ୍ଷକ ରେ ଚାଲିଛି ପାଠପଢା।

ଆମେ ଆଜି କହୁଛୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ର ବଳଭଦ୍ର ପୁର ଗାଁର କଥା। ସେହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ଏକ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ ଅଛନ୍ତି ମାତ୍ର ୨ଜଣ।ଦୁଇ ଜଣ ଶିକ୍ଷକ ଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ହୋଇଥିବାରୁ ସବୁବେଳେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଠାରୁ ସମସ୍ତ କାର୍ଯ୍ୟ ସହିତ ଓ ଟ୍ରେନିଂ ରେ ରହୁଥିବା ରୁ ମାତ୍ର ଜଣେ ଶିକ୍ଷକ ଙ୍କ ଭରସା ରେ ଶତାଧିକ ଛାତ୍ରଛାତ୍ରୀ। ପଢ଼ାଇବା ତ ଦୂରର କଥା ସେମାନଙ୍କୁ ଠିକ ଭାବେ ଜଗିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଶିକ୍ଷକ ନଥିବାରୁ ପିଲାଙ୍କ ପାଠ ପଢାରେ ଘୋର ବ୍ୟାଘାତ ଦେଖାଦେଇଛି।ନିଜ ଗାଁର ଏହି ସମସ୍ୟା କୁ ହୄଦୟଙ୍ଗମ କରି ଗାଁର କିଛି ଶିଖିତ ବେକାରୀ ମାନେ ବିଦ୍ୟାଳୟରେ ପାଳିକରି ଶିକ୍ଷା ଦାନ କରୁଛନ୍ତି ତା ସହିତ ଛାତ୍ରଛାତ୍ରୀ ଙ୍କ ପାଇଁ ଯେଉଁ ଶୌଚାଳୟ ଅଛି ସେଠାକୁ ଯିବାକୁ ରାସ୍ତା ନଥିବାରୁ ଶିଶୁ ମାନେ ଏଣେତେଣେ ପରିଶ୍ରା କରୁଛନ୍ତି।ଏମିତି କି ବଡବଡ ଝିଅ ମାନେ ମଧ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି।ଯାହା ପାଇଁ ପାଠ ପଢିବାକୁ ଆସୁଥିବା କୋମଳମତୀ ଛାତ୍ରୀମାନଙ୍କୁ ବିଭିନ୍ନ ସଂକ୍ରମାକ ରୋଗ ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।ବିଦ୍ୟାଳୟ ର ଆଜବେଷ୍ଟ ଗୁଡିକ ଭାଙ୍ଗି ଆଁ କରିଛି।ଖରା ସମୟରେ ଖରା ଓ ବର୍ଷା ରେ ପିଲାମାନେ ବାରମ୍ବାର ଓଦା ହୋଇ ପଢୁଥିବା ର ଦେଖିବାକୁ ମିଳୁଛି।କେତେବେଳେ ଯେ ଏହି ଶ୍ରେଣୀ ଗୄହ ଭାଙ୍ଗି ନପଡିବ କହିହେବନାହିଁ।ମଧ୍ୟାହ୍ନ ଭୋଜନ ରାନ୍ଧି ବାକୁ ରୋଷେଇ ଘର ଆଜବେଷ୍ଟ ଭାଙ୍ଗି ଯାଇଥିବା ରୁ ଅନେକ ଦିନ ମଧ୍ୟାହ୍ନ ଭୋଜନ ରୋଷେଇ ଠିକ ଭାବେହୋଇପାରୁନି।ଏମିତି ପରିସ୍ଥିତି ରେ ଅନେକ ଅଭିଭାବକ ଘରୋଇ ବିଦ୍ୟାଳୟ ରୁ ନିଜ ପିଲାମାନଙ୍କୁ ଆଣି ସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ଅନିଛା ପ୍ରକାଶକରୁଛନ୍ତି ଏ ବିଷୟରେ ପଟ୍ଟାମୁଣ୍ଡାଇ ବିଇଓ ଙ୍କୁ ପଚାରିବାରୁ ମହାଶୟ କହିଛନ୍ତି ଆମେ ଜଣେ ଟିଚର ଦେଇଥିଲୁ ସେ କାଳେ ଛୋଟ ପିଲା ବୋଲି ସେ ଗଲେନି ଏଠି ପ୍ରଶ୍ନ ଉଠିଛି ସରକାର ଛୋଟ ପିଲାଙ୍କୁ ଚାକିରି ଦେଲେ କେମିତି ଏଥି ପ୍ରତି ସରକାର ଧ୍ୟାନ ଦେବା ଦରକାର କେବେ ଏହି ବିଦ୍ୟାଳୟ କୁ ଅଧିକ ଶିକ୍ଷକ ଯୋଗାଇଦେବେ ଦେଖିବାକୁ ବାକିରହିଲା |

Leave a Reply

Your email address will not be published. Required fields are marked *