ବିଦ୍ୟାଳୟରେ ଧାରଣାଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଫୋକସ ପ୍ଲସ(ଆଳି)୨୯/୦୮/୨୦୨୨: ସ୍କୁଲ ରେ ତାଲା ପକାଇଲେ ଅଭିଭାବକ ଧାରଣାରେ ବସିଲେ ଛାତ୍ର ଛାତ୍ରୀ |କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସିଙ୍ଗିରି ଗ୍ରାମ ପଂଚାୟତ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ରେ ଶିକ୍ଷକ ବଦଳି ଓ ବିଦ୍ୟାଳୟ ରେ କମ ସଂଖ୍ୟକ ଶିକ୍ଷକ ହେତୁ ପିଲାଙ୍କ ପାଠ ପଢ଼ାରେ ସମସ୍ୟା କୁ ନେଇ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଙ୍କ ତରଫରୁ ସ୍କୁଲ ଗେଟ ରେ ତାଲା ପକେଇ ଅନିର୍ଦିଷ୍ଟ କାଳ ପାଇଁ ଧାରଣା ଓ ପ୍ରତିବାଦରେ ବସିଲେ ଛାତ୍ର ଛାତ୍ରୀ ଓ ଅଭିଭାବକ. ଘଟଣା ରୁ ପ୍ରକାଶ ଯେ ଉକ୍ତ ବିଦ୍ୟାଳୟ ରେ ମୋଟ ଆଠ ଗୋଟି ଶ୍ରେଣୀରେ 146 ପିଲା ପାଠ ପଢ଼ୁଥିଲା ବେଳେ ମାତ୍ର ଚାରି ଜଣ ଶିକ୍ଷକ ଶ୍ରେଣୀ ଗୃହ ରେ ପାଠ ପଢ଼ାଉଛନ୍ତି ଓ ଅନ୍ୟ ଜଣେ ଶିକ୍ଷକ ସରକାର ଙ୍କ ଭୋଟର କାର୍ଡ ଓ ଅନ୍ୟାନ୍ୟ ଅଫିସ କାର୍ଯ୍ୟ କରୁଛନ୍ତି. ଗତ ଅଗଷ୍ଟ 8 ତାରିଖ ରୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଚିଠି ଅନୁଯାୟୀ ଆସିଷ୍ଟାଣ୍ଟ ଶିକ୍ଷକ ପର୍ଶୁରାମ ବେହେରା ଙ୍କୁ ଅଳିହା ସ୍କୁଲ କୁ ଡେପୁଟେସନ ରେ ବଦଳି କରିବାକୁ ନିର୍ଦେଶ ପାଇ ସ୍କୁଲ ର ପ୍ରଧାନ ଶିକ୍ଷକ ତାଙ୍କୁ ସ୍କୁଲ ରୁ ବଦଳି କରିବା ପରେ ଉଭୟ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି. ଘଟଣା ସମ୍ପର୍କ ରେ ଆମେ ଆଳି ବ୍ଲକ ଶିକ୍ଷା ଅଧିକାରୀ ସରୋଜ କାନ୍ତ ବିହାରୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭଵପର ହୋଇନଥିଲା |

ଆଳି ରୁ ସମ୍ବିତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *