ବିଦ୍ୟାଳୟରେ ପାଳିତହେଲା ହିନ୍ଦୀ ଦିବସ

ଫୋକସ ପ୍ଲସ(ବରଗଡ)୧୫/୦୯/୨୦୨୨: ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ହିନ୍ଦୀ ଦିବସ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସମିତିର ସଭାପତି ସରଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି।ଏହି ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସନ୍ତ୍ରାସ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଏକ ସୁମଧୁର ଓ ଜନ ମାନସର ସଂପର୍କ ଭାଷା ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ ସଂସ୍କାର ଇଣ୍ଟରନେସନାଲର ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁ ଅଗ୍ରୱାଲ ହିନ୍ଦୀ ଭାଷା ଓ ସାହିତ୍ୟର କ୍ରମିକ ବିକାଶ ସହ ହିନ୍ଦୀ ଭାଷାର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଶ୍ରୀମତୀ ରେଣୁ ଦାଶ ଶର୍ମା ହିନ୍ଦୀ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ସ୍ବର୍ଗୀୟ ଭଗବାନ ମିଶ୍ରଙ୍କ ଅବଦାନକୁ ସ୍ମୃତି ଚାରଣ କରିବା ସହ ଛାତ୍ରୀମାନଙ୍କୁ ହିନ୍ଦୀ ଭାଷା ଶିକ୍ଷା ପାଇଁ ଉତ୍ସାହିତ କରିଥିଲେ। ଉକ୍ତ ସମାରୋହରେ ସମିତିର ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ ଅତିଥି ପରିଚୟ କରାଇଥିବାବେଳେ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ସହସମ୍ପାଦକ ଶ୍ରୀ ବିନୋଦ ସାହୁ।ଏହି ଅବସରରେ ବର୍ଷିଆନ ହିନ୍ଦୀ ଶିକ୍ଷକ ଶ୍ରୀ କିଶୋରୀ ଲାଲ ବଘେଲଙ୍କୁ”ହିନ୍ଦୀ ଭାଷା ଗୌରବ ସମ୍ମାନ”ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ମାନପାତ୍ର ପାଠ କରିଥିଲେ ସମିତିର ଅନ୍ୟତମ ସହସମ୍ପାଦକ ଶ୍ରୀ ଅରବିନ୍ଦ ଗୁପ୍ତା।ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଗଣ ସ୍ବାଗତ ସଙ୍ଗୀତ ଗାନ କରିଥଲେ ଓ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତୀ ମୁଗ୍ଧା ଦାଶ ଏକ ହିନ୍ଦୀ ଭଜନ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀ ସଦାଶିବ କର ସମିତିର ଉପଦେଷ୍ଟା ପ୍ରାଧ୍ୟାପକ ସନ୍ତୋଷ ପଣ୍ଡା,ସଦସ୍ୟ ଶ୍ରୀ କମଳ ଯୋଶୀ,ଶ୍ରୀମତୀ ମନୋରମା ଷଡ଼ଙ୍ଗୀ,ଶ୍ରୀ ନୀଳାମ୍ବର ମେହେର,ଶ୍ରୀ ଅଭିମନ୍ୟୁ ଭୋସଗାର,ଶ୍ରୀ କୁଶ ଭୁଇଆଁ,ଶ୍ରୀ ବାଳକୃଷ୍ଣ ମିଶ୍ର, ନବକୃଷ୍ଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷୟତ୍ରୀ ଜୟଲକ୍ଷ୍ମୀ ସାହୁ ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁ ଦାଶ ଶର୍ମା।

Leave a Reply

Your email address will not be published. Required fields are marked *