ଫୋକସ ପ୍ଲସ(କିଶୋର ନଗର) ୩୧/୦୭/ ୨୦୨୨:ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ରାମ ଦେଓ ନୋଡାଲ ଉଚ୍ଚ ନିକଟରେ ରେ କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀ ଗୃହ ନିର୍ମାଣ ହେଉଛି | ହେଲେ ଉକ୍ତ କାର୍ଯ୍ୟ ସଠିକ ଭାବରେ ନିର୍ମାଣ ହେଉନଥିବା ସହ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ବଇଣ୍ଡା ଗ୍ରାମବାସୀ ଶନିବାର ଦିନ ଅନୁଗୋଳ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି | ଉକ୍ତ କାର୍ଯ୍ୟ ରେ ବିଭାଗୀୟ ଅଧିକାରୀ ମାନେ ତଦାରଖ କରୁନଥିବା ବେଳେ ଶୁକ୍ରବାର ଦିନ ଏନେଇ ଗ୍ରାମବାସୀ ମାନେ ନିର୍ମାଣ ର କାର୍ଯ୍ୟ ତଦାରଖ କରିବା ପରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନମାନର ହେଉଥିବା ଜାଣିବାକୁ ପାଇବା ସହ ଶନିବାର ଦିନ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି l ଗ୍ରାମବାସୀ ତାଙ୍କ ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି ଯେ ଜାତୀୟ ରାଜପଥ ସମ୍ପ୍ରସlରଣ ରେ ଏନଏଚ କଡରେ ଥିବା ଏହି ବିଦ୍ୟାଳୟ ଟି ଭାଙ୍ଗିଯାଇଥିଲା | ପରେ ଉକ୍ତ ବିଦ୍ୟାଳୟ କୁ ବିଦ୍ୟାଳୟ କଡରେ ଥିବା ଜମି ରେ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଥିବା ବେଳେ ପ୍ରଶାସନ ଉକ୍ତ ବିଦ୍ୟାଳୟ କୁ ବଇଣ୍ଡା ରାମ ଦେଓ ଉଚ୍ଚ ବିଦ୍ୟାଳୟ ରେ ଥିବା ଛାତ୍ର ନିବାସ କୁ ଭାଙ୍ଗି ଉକ୍ତ ଜମି ରେ ବିଦ୍ୟାଳୟ ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଉକ୍ତ କାମ 1 କୋଟି 65 ଲକ୍ଷ 64 ହଜାର 132 ଟଙ୍କା ରେ ଅଟକଳ କରାଯାଇ ଉକ୍ତ କାର୍ଯ୍ୟ ରାସ୍ତା କାର୍ଯ୍ୟ ନିର୍ମାଣ କରୁଥିବା ଗାୟତ୍ରୀ ଠିକାସଂସ୍ଥା କରୁଥିବା ବେଳେ ଅକ୍ଟାବର 2021 ରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା | ହେଲେ ସେହି ସମୟ ରେ ଗୃହ ନିର୍ମାଣ ଅତି ନିମ୍ନମାନର ହେଉଥିବା ଯୋଗୁଁ ଗ୍ରାମବାସୀ ବିରୋଧ କରିବା ସହ ଜିଲ୍ଲାପାଳ ଙ୍କ ଠାରେ 2021 ନଭେମ୍ବର ମାସ ରେ ଅଭିଯୋଗ କରିବା ପରେ କାମ ର ତଦନ୍ତ କରାଯାଇ ବନ୍ଦ କରାଯାଇଥିଲା | ପରେ ଉକ୍ତ କାମ କୁ ପ୍ରଥମ ରୁ ଫାଉଣ୍ଡେସନ ଖୋଳାଯାଇ ନୂତନ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ନାମା କରାଯିବା ପରେ ଜୁନ 2022 ରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଥିଲା | ହେଲେ ପୁଣି କାର୍ଯ୍ୟ ରେ ନିମ୍ମମାନର କରାଯାଉଛି | ଉକ୍ତ କାମ ରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହୁନଥିବା ବେଳେ ଠିକାସଂସ୍ଥା ଅତି ନିମ୍ନମାନର କାମ କରୁଛି | ବିଶେଷ କରି ଫାଉଣ୍ଡେସନ ରେ ବ୍ୟବହାର କରାଯାଉଥିବା ରଡ଼ ଗୁଡିକ ନିମ୍ନମାନର ଲଗାଯାଉଥିବା ବେଳେ ସିମେଣ୍ଟ ର ଭାଗ ମାପ ସଠିକ ଭାବରେ ଦିଆଯାଉନାହିଁ | ଫଳରେ ଇଟା ଗୁଡିକ ଛାଡି ପଡୁଛି | ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁନଥିବା ଯୋଗୁଁ କାମ ନିମ୍ନମାନର ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି | ତୁରନ୍ତ ଉକ୍ତ ନିମ୍ମମାନର କାମ କୁ ତଦନ୍ତ କରାଯାଇ ପଦେକ୍ଷେପ ନେବାକୁ ଗ୍ରାମ ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା, ଭଗବାନ ଘି୍ୱାଲା, ରମାକାନ୍ତ ବେହେରା, ପ୍ରଶ୍ନ ବେହେରା,ଅରବିନ୍ଦ ସାହୁ, ରମେଶ କୁମାର ବେହେରା, ପ୍ରମୁଖ ଦାବି କରିଛନ୍ତି | ଏ ନେଇ ବିଭାଗୀୟ କନିଷ୍ଠଯନ୍ତ୍ରୀ ସୁଧାକର ପ୍ରଧାନ କୁହନ୍ତି ଗ୍ରାମବାସୀ ଙ୍କ ଅଭିଯୋଗ ତର୍ଜମା କରାଯାଇ ପଦେକ୍ଷେପ ନିଆଯିବ |
ବିୟୁରୋ ରିପୋର୍ଟ ଫୋକସ ପ୍ଲସ