ବିଦ୍ୟାଳୟ ପରିଚାଳନା ଓ ବିକାଶ କମିଟି ପ୍ରଶିକ୍ଷଣ ଶିବିର ଉଦଯାପିତ I

ଫୋକସ ପ୍ଲସ 30/3(ସୁନ୍ଦରଗଡ଼):ପାତ୍ରପୁର ବ୍ଳକ ଅନ୍ତର୍ଗତ ଜରଡ଼ା ରେ ଅବସ୍ଥିତ ଶ୍ରୀ ପାର୍ଥ ସାରଥି ମହନ୍ତ ରଘୁନାଥ ବିଦ୍ୟାପୀଠ ଠାରେ ୩ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସାହୁ ନବ ନିର୍ବାଚିତ ସରପଞ୍ଚ ତିଳ ବେହେରା, ସି ଆର୍ ସି ସି ଲିଟୁ ପାତ୍ର ସୁନାଖଳା ପ୍ରଧାନ ଶିକ୍ଷକ ଏମ ସୁରେଶ ପ୍ରଧାନ ସହକାରୀ ଶିକ୍ଷକ ମନୋଜ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଶିବିର ରେ ବିଦ୍ୟାଳୟ ପରିଚାଳନା କମିଟି ର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କିତ ସବିଶେଷ ଆଲୋଚନା ହୋଇଥିବା ବେଳେ ନବ ନିର୍ବାଚିତ ସରପଞ୍ଚ ତିଳ ବେହେରା, ୱାର୍ଡ଼ ସଭ୍ୟା ପ୍ରତିମା ବେହେରା ଙ୍କୁ କମିଟି ରେ ସାମିଲ୍ କରାଯାଇଥିଲା। ଏହି ଶିବିର ରେ ଭି ଶ୍ରୀ କୁମାର ରାଓ, ନରସିଂହ ପଣ୍ଡା , ବାଉରୀ ପ୍ରଧାନ, ଦିବାକର ପ୍ରଧାନ ଏମ ଜୁଲି ଙ୍କ ସମେତ ଅନୁଷ୍ଠାନ ର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ସହଯୋଗ କରିଥଲେ।

ପାତ୍ରପୁର ରୁ ମାଧବ ବାଡତ୍ୟା ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *