ବିଦ୍ୟାଳୟ ବାରଣ୍ଡାରେ ଶିଶୁଙ୍କ ଭବିଷ୍ୟତ

ଫୋକସ ପ୍ଲସ (କଳାହାଣ୍ଡି )୨୩/୦୬/୨୦୨୨: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଯୋରାଡବ୍ରା ଗ୍ରାମ ପଞ୍ଚାୟତ ସ୍ଥିତ କୁଶୁର୍ଲା ଗାଁ ରେ ଥିବା ୮ ନମ୍ବର ଓ୍ବାଡରେ ତିଆରି ହୋଇଥିବା ନବନିର୍ମିତ ଅଙ୍ଗନବାଡି ଗୃହକୁ ଆଜି ପର୍ଯ୍ୟନ୍ତ ହସ୍ତାନ୍ତର କରିନାହାନ୍ତି ଠିକାଦାର ଗୁଣନିଧି ସାହୁ ଏବଂ ଗତ କିଛି ଦିନ ତଳେ ବର୍ଷା ହେବା ଫଳରେ ଠିକାଦାର ଗୁଣନିଧି ସାହୁ ନବନିର୍ମିତ ଅଙ୍ଗନୱାଡ଼ି ଗୃହରେ ଲାଗିଥିବା ଗୋଟିଏ ବେସିନ ଓ ଗୋଟିଏ ସିନଟେକ୍ସ ପାଣି ଡ୍ରମ ମଧ୍ୟ ଘରକୁ ନେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି କର୍ମୀ ମମତା ସାହୁ। ବିଦ୍ୟାଳୟ ତରଫରୁ ଗୋଟିଏ ଶ୍ରେଣୀ ଗୃହ ମିଳିଥିବାରୁ ସେଠାରେ ଜିନିଷ ପତ୍ର ରଖିବା ଦ୍ବାରା ବାଧ୍ୟ ହୋଇ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା କୋମଳମତୀ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ବାରଣ୍ଡାରେ ପାଠପଢା ଚାଲିଛି। ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ଗୃହ ନଥିବାରୁ କୋମଳମତୀ ଛାତ୍ର ଛାତ୍ରୀ ମାନଙ୍କ ଖାଇବା ପାଇଁ ରନ୍ଧାଯାଉଥିବା ଯାଗାର ଦୃଶ୍ୟ ଭଲଭାବରେ ଦେଖନ୍ତୁ, ଆଗକୁ ବର୍ଷା ମାସ ଅଛି କେତେବେଳେ କେଉଁ ସମୟରେ ଯଦି ରନ୍ଧା ଖାଦ୍ୟ ରେ କିଛି ବିଷାକ୍ତ କିଟ ପଡ଼ିଲେ ସେଥିପାଇଁ ଦାୟୀ ରହିବେ କିଏ? ବାକି ଦିନ ମାନଙ୍କରେ ଯେମିତି ସେମିତି ଭାବେ ଚଲିଯାଆନ୍ତି ବିଶେଷ କରି ବର୍ଷା ମାସରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ହେଲପର ଇଚ୍ଛା ବତୀ ସାହୁ।

କର୍ଲାମୁଣ୍ତା ବ୍ଲକ ରୁ ଧନୁର୍ଯ୍ୟ ସାହୁ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *