ବିଦ୍ୟାଳୟ ରେ କୂର୍ମି ଔଷଧ ବଣ୍ଟନ

ଫୋକସ ପ୍ଲସ(ଯାଜପୁର)୨୨/୦୮/୨୦୨୨: ସୋରଡା ରେ ଆଜି ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ମାନଙ୍କରେ କୂର୍ମୀ ଔଷଧ ବଣ୍ଟନ କରାଗଲା।ସୋରଡାର ଦୁଇ ସେଣ୍ଟର ର ଏଏନ୍ଏମ୍ ଦିଦି ଶ୍ୟାମାମଣି ମିଶ୍ର ଓ ସୁଜାତା ରାଣୀ ସୁବୁଦ୍ଧି ଙ୍କ ସହ ଏଗାର ଗୋଟି ୱାର୍ଡ ର ସମସ୍ତ ଆଶା କର୍ମୀଙ୍କ ସହ ସୋରଡ଼ା ର ୧୪ ଗୋଟି ବିଦ୍ୟାଳୟର ମୋଟ ୩୬୦୦ ଟାବ୍ଲେଟ୍ ଛଅ ବର୍ଷରୁ ୧୯ବର୍ଷ ବୟସର ପିଲାମାନଙ୍କୁ ଓ ୫୦୦ ସିରଫ୍ ୩ବର୍ଷ ରୁ ୫ବର୍ଷ ବୟସ ଛାତ୍ରଛାତ୍ରୀ ଏହି କୂର୍ମୀ ଔଷଧ ସେବନ କରିଥିଲେ ଏହା ଗୋଟିଏ ଦିନରେ ସମ୍ପୂର୍ଣ୍ଣ କରିଆଯାଇଥିବା ସୂଚନା ମିଳିଛି କିନ୍ତୁ କୂର୍ମୀ ଔଷଧ ବଣ୍ଟନ ସରିଯାଇଥିବା ରୁ ସୋରଡ଼ାର ଚାରୋଟି କଲେଜରେ କୂର୍ମୀ ଔଷଧ ବଣ୍ଟନ କରାଯାଇ ପାରିଲା ନାହିଁ ଦୁଇ ତିନି ଦିନ ଭିତର ଆସିଲେ ଦିଆଯିବ ବୋଲି ଏଏନ୍ଏମ ଦିଦି ଶ୍ୟାମାମଣି ମିଶ୍ର କହିଛନ୍ତି |

ସୋରଡ଼ା ରୁ କୋରେଶ୍ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *