ବିଦ୍ୟାଳୟ ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଫୋକସ ପ୍ଲସ(ଆଠମଲ୍ଲିକ)୨୪/୦୮/୨୦୨୨: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ରାଇନାଳୀ ,ହେମାମୁରା ଆଶ୍ରମ ବିଦ୍ୟାଳୟ ରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ ଦୃଷ୍ଟି ଆକର୍ଷଣ ନିମନ୍ତେ ରାଇନାଳୀ ହେମାମୁରା ଆଶ୍ରମ ବିଦ୍ୟାଳୟର ପରିଚାଳନା କମିଟି ଅଦ୍ୟ ତା ୨୩/୮/୨୨ ରିଖ ୧୧ ଘଣ୍ଟିକା ସମୟ ରେ ଆଠମଲ୍ଲିକ ଉପ ଜିଲ୍ଲାପାଳ ତରାଣୀ ସେନ ସୁନା ଙ୍କୁ ଏକ ଦାବିପତ୍ର ଦେଇଥିବା ଦେଖାଦେଇଛି । ସୂଚନା ନେବାରେ ଜଣାଯାଏ କି ଉକ୍ତ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଜନଜାତି ଛାତ୍ରୀ ନିବାସ ରହିଛି । ଉକ୍ତ ଆଶ୍ରମରୁ ୮ ମ ଶ୍ରେଣୀ ନିମନ୍ତେ ୫ କିଲୋମିଟର ସାପଘରା ଉଚ୍ଚବିଦ୍ୟାଳୟ କୁ ପଢି ଯିବାରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ରାଇନାଳୀ ,ହେମାମୁରା ଆଶ୍ରମରେ ଅଷ୍ଟମ ,ନବମ ଦଶମ କୁ ସଂଯୁକ୍ତ କରାଯାଉ । ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି । ବାଳକ ନିମନ୍ତେ ନୂତନ ହଷ୍ଟେଲ ସ୍କୁଲ ପାଚେରୀ ନିର୍ମାଣ ଓ ଉଚ୍ଚତା ବୃଦ୍ଧି ତଥା ଛାତ୍ରଛାତ୍ରୀ ମାନଙ୍କ ପାନୀୟ ଜଳର ସୁବ୍ୟବସ୍ଥା ତଥା ବିଭନ୍ନ ପ୍ରକାର ସମସ୍ୟା ର ସମାଧାନ ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ କୁମାର ନାୟକ,ସଭ୍ୟଶ୍ରୀ ସଚିତା ନନ୍ଦ ନାୟକ ,ସାଗର ନାୟକ ,ବେଣୁଧର ନାୟକ ,ନିରଂଜନ ହୋତା ,ଓ ମହିଳା ନେତ୍ରୀ ପ୍ରମିଳା ପ୍ରଧାନ ଉପସ୍ଥିତ ରହି ଉପଜିଲ୍ଲାପାଳ ଙ୍କୁ ଏକ ଲିଖିତ ଦାବିପତ୍ର ଦେଇଥିଲେ । ଉପଜିଲ୍ଲାପାଳ ମହୋଦୟ ତରାଣୀ ସେନ ସୁନା ଅଭିଯୋଗ ପତ୍ର କୁ ଗ୍ରହଣ କରି ସାମ୍ବିଧାନିକ ନୀତି ଆଦର୍ଶରେ ବିଦ୍ୟାଳର ସମସ୍ତ ସମସ୍ୟାର ସମାଧାନ କରିବାକୁ ମତ ପ୍ରକାଶ କରିଥିବା ଜଣାଯାଇଛି । ପରେ ପରେ ପଂଚାୟତ ସମିତି ଅଧକ୍ଷ ,ଡବ୍ଲୁଓ ,୬ନଂ ଜୁନର ଜିଲ୍ଲା ପରିଷଦ ଓ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଉକ୍ତ ଦାବୀପତ୍ର ର ନକଲ ପ୍ରଦାନ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *