ବିଦ୍ୟାଳୟ ସାଜିଛି ହାଟ !

କୋଟପାଡ଼13/01/2024:-କୋଟପାଡ଼ ଭକ୍ତି ସ୍ୱରୂପା ବିଦ୍ୟା ନିକେତନ ଗୁରୁକୁଳରେ ବସିଲା ହାଟ | ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଷ୍ଟଲ ଖୋଲାଯାଇ ଭିର୍ନ ଭିର୍ନ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବିକ୍ରି କରିଥିଲେ | ଏହି ହାଟର ନାମ ଦିଆଯାଇଥିଲା ଗାଣିତିକ ହାଟ | ବିଦ୍ୟାଳୟ ପରିସରରେ ଗାଣିତିକ ହାଟ ଆୟୋଜନର ଉଦେଶ୍ୟ ଛାତ୍ରଛାତ୍ରୀମାନେ କିଭଳି ଲାଭ କ୍ଷତିର ହିସାବ ରଖିପାରିବେ ଓ ଭବିଷ୍ୟତରେ କିପରି ଆଗକୁ ବଢ଼ିପାରିବେ ଓ ଜୀବନରେ ଯେ କୌଣସି କଠିନ ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ତାର ମୁକାବିଲା ସଫଳତାର ସହ କରିପାରିବେ ବୋଲି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପ୍ରଭୁଜୀ ଶ୍ରୀ ଯୋଗେଶ୍ୱର ପଣ୍ଡିତ ଦାସ କହିଥିଲେ |

Leave a Reply

Your email address will not be published. Required fields are marked *