ବିଦ୍ୟୁତ୍ ବିଲ୍ ପୈଠ ନହେବାରୁ ବସୁଧା ଜଳଯୋଗାଣ ଠପ୍, ଲୋକେ ହନ୍ତସନ୍ତ

ଫୋକସ ପ୍ଲସ (ଥୁଆମୂଳ ରାମପୁର)୨୨/୦୭/୨୦୨୨: ଥୁଆମୂଳ ରାମପୁର  ବିଦ୍ୟୁତ ବିଲ୍ ପୈଠ ନହେବାରୁ ବସୁଧା ଯୋଜନା ର ପାନୀୟଜଳ ବନ୍ଦ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳରାମପୁର ବ୍ଲକ ଅଧିନସ୍ଥ ବଡଛତ୍ରଙ୍ଗ ଗାଁ ଠାରେ। ବିଦ୍ୟୁତ୍ ବିଭାଗ କୁ ବକିୟା ପଡ଼ିଥିବା ବିଦ୍ୟୁତ୍ ବିଲ୍ ପୈଠ କରିନଥିବା ଯୋଗୁଁ ବସୁଧା ଯୋଜନା କୁ ସଂଯୋଗ କରାଯାଇ ଥିବା ବିଦ୍ୟୁତ ବିଛିନ୍ନ କରାଯାଇଥିବା ଅଭିଯୋଗ ହେଉଛି। ବଡଛତ୍ରଙ୍ଗ ଗ୍ରାମରେ ଦିର୍ଘ ଦିନ ବିତି ଗଲାଣି ବସୁଧା ଜଳଯୋଗାଣ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛ ପାନୀୟ ପାଇଁ ଡହକବିକଳ ହେଉଥିବା ଚିତ୍ର ସାମ୍ମାନକୁ ଆସିଛି। ନଳକୂପ ଥିଲେ ସୁଦ୍ଧା ଆବଶ୍ୟକ ପରିମାଣରେ ପାନୀୟଜଳ ନଳକୂପରୁ ବାହାରୁ ନଥିବା ବେଳେ ୧୫୦ ରୁ ଉର୍ଦ୍ଧ୍ବ ପରିବାର ଙ୍କୁ ୧୬/୧୭ ଟି ନଳକୂପ ରହିଥିବା ଯୋଗୁଁ ପାନୀୟ ଜଳ ପାଇଁ ଗ୍ରାମ ବାସୀ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ବକିୟା ପଡ଼ିଥିବା ବିଦ୍ୟୁତ୍ ବିଲ୍ ପୈଠ ନକରିବା ପର୍ଯ୍ୟନ୍ତ ବସୁଧା ଯୋଜନା କୁ ସଂଯୋଗ କରା ଯାଇଥିବା ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଗ୍ରାମବାସୀ ଙ୍କୁ ବିଦ୍ୟୁତ୍ ବିଭାଗ ଚେତାବନୀ ଦେଇଥିବା ଅଭିଯୋଗ ହେଉଛି। ହେଲେ ସରକାରଙ୍କ ପାନୀୟଜଳ ବ୍ୟବସ୍ଥା କୁ ନେଇ ବଡ଼ ପ୍ରଶ୍ନ ବାଚୀସୃଷ୍ଟି ହେଉଛି। ଏଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି|

 

 

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍।

 

 

Leave a Reply

Your email address will not be published. Required fields are marked *