ବିଦ୍ୟୁତ ଅଫିସ ସମ୍ମୁଖରେ ଗରିବ ସେନା ସଂଗଠନ ପକ୍ଷରୁ ଗଣଧାରଣା

ଫୋକସ ପ୍ଲସ 10/10/22 (ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ରେ ସୋମବାର ବିଦ୍ୟୁତ ବିଭାଗ ଅଫିସ ସମ୍ମୁଖରେ ଗରିବ ସେନା ସଂଗଠନ ପକ୍ଷରୁ ଗଣଧାରଣା…l
ତେବେ ଯେପରି ଭାବେ ବିଦ୍ୟୁତ ବିଭାଗ ବେଆଇନ ୟୁନିଟ ରିଡିଙ୍ଗ ବୃଦ୍ଧି କରି ଓ ଅନିୟମିତତା ଭାବେ ସିନ୍ଧେକେଲା ସେକ୍ସନ ଅଫିସ ଅଧିନସ୍ତ ପ୍ରତ୍ୟେକ ଗାଁ ମାନଙ୍କରେ ଘର ଘର କୁ ଯାଇ ବିଦ୍ୟୁତ କାଟି ଦିଆଯାଉଛି l ତାକୁ ନେଇ ଆଜି ସିନ୍ଧେକେଲା ବିଦ୍ୟୁତ ଅଫିସ ସମ୍ମୁଖରେ ସିନ୍ଧେକେଲା ସେକ୍ସନ ଅଫିସର ପ୍ରତ୍ୟେକ ଗାଁ ମାନଙ୍କର ଜଣସାଧାରଣ ଙ୍କ ସହିତ ବଙ୍ଗୋମୁଣ୍ଡା ଗରିବ ସେନା ସଂଗଠନ ପକ୍ଷରୁ ସେକ୍ସନ ଅଫିସ ସମ୍ମୁଖରେ ଗଣଧାରଣା ରେ ବସିଛନ୍ତି l ସେମାନଙ୍କ କହିବାକଥା ହେଲା ଯେ, ପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ନ ହୁଏ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି କହିଥିଲେ l ଘଟଣାସ୍ଥଳରେ ଟିଟିଲାଗଡ ବିଦ୍ୟୁତ ଏସଡିଓ ପହଞ୍ଚି ଦାବିପତ୍ର ଗ୍ରହଣ କରି ସମସ୍ୟା ର ସମାଧାନ ପାଇଁ ପ୍ରତିସୃତି ଦେବାପରେ ଧାରଣାକରି ଧାରଣାରୁ ଉଠିଥିଲେ l

Leave a Reply

Your email address will not be published. Required fields are marked *