ଫୋକସ ପ୍ଲସ ୭/୬/୨୨(ସାଲେପୁର): କଟକ ଜିଲ୍ଲା ସାଲେପୁର ବ୍ଳକ ପ୍ରଧାନପଡା ଗ୍ରାମରେ ଅଘଟଣ। ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ।ସେ ପ୍ରଧାନପଡା ଠାରେ ବିଦ୍ୟୁତରେ କାମ କରୁଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି।ତାଙ୍କୁ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ସେଫଟି ସରଞ୍ଜାମ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ବିଦ୍ୟୁତ କର୍ମଚାରୀ ଜଣଙ୍କ ହେଲେ ସାଲେପୁର ସତ୍ୟଭାମାପୁର ଗ୍ରାମର ବଳରାମ ଦାସଙ୍କ ପୁତ୍ର ଜୟନ୍ତ ଦାସ। ଜୟନ୍ତ tpcodl ବହୁଗ୍ରାମ ସେକ୍ସନରେ କାର୍ଯ୍ୟରତ ଥିଲେ। ଶବବ୍ୟବଚ୍ଛେଦ ପରେ ପରିବାର ଓ ସ୍ତାନୀୟ ଲୋକେ ପରିବାର ଜଣଙ୍କୁ ଚାକିରୀ ଦେବା ସହ ୫୦ଲକ୍ଷଟଙ୍କା କ୍ଷ୍ୟତିପୂରଣ ଦାବିରେ ବହୁଗ୍ରାମ tpcodl କାଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ। ଏହା ପରେ ଘଟଣା ସ୍ଥଳରେ sdo ପହଞ୍ଚି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।ଏଥି ସହ ମୃତକଙ୍କ ପରିବାରକୁ 22 ଲକ୍ଷ କ୍ଷତି ପୂରଣ ଦେବା ସହ ସବ ସତ୍କାର ପାଇଁ 15000 ଟଙ୍କା ଦେଇଥିଲେ ପରେ ଲୋକ ମାନେ ମୃତଦେହ ଅଫିସ ସମ୍ନା ରୁ ସତ୍କାର ପାଇଁ ନେଇ ଥିଲେ।
କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।