କଟକ ସଦରରେ ଗୋ ମାଫିଆ ସକ୍ରିୟ।

 

 

 

ଗତ କିଛି ମାସ ଧରି କଟକ ସଦର ର ପରମହଂସ, କନ୍ଦରପୁର, ଗତିରାଉତପାଟଣା ତଥା ୪୨-ମୌଜା ଅଞ୍ଚଳରେ ଗୋ ମାଫିଆମାନେ ପୁଲିସ୍ କୁ ଚକମା ଦେଇ ବେଆଇନ ଗୋ ଚାଲାଣ କରୁଥିବା ଖବର ଆସୁଛି। ଖବର ନେବାରେ ଜଣା ପଡିଛି ଯେ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦୁର୍ବୃତ ମାନେ ଏହି ସବୁ ଅଞ୍ଚଳରେ ବୁଲୁଥିବା ଭୃଷବ ଓ ଗୋମାତାଙ୍କୁ ଧରି ସେମାନଙ୍କ ଶିଙ୍ଗ ଭାଙ୍ଗି ,କ୍ଷତ ବିକ୍ଷତ କରି ଏକ ଜଙ୍ଗଲିଆ ଜାଗାରେ ବାନ୍ଧିକି ରଖୁଛନ୍ତି ଓ ପରେ ପ୍ରଶାସନ ଏବଂ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ଏମାନଙ୍କୁ ଯୋଜନାବଦ୍ଧ ଭାବେ ଗାଡ଼ି ସାହାଯ୍ୟରେ ବାହାରକୁ ଚାଲାଣ କରୁଛନ୍ତି।ଏହିପରି ଏକ ସଦ୍ୟ ଘଟଣା ଘଟିଛି ୪୨-ମୌଜା ଥାନା ଅଞ୍ଚଳରେ । ସୂଚନା ମୁତାବକ ସ୍ଥାନୀୟ ରାଉତରାପୁର ଗାଁ ନିକଟ ଏକ ଜଙ୍ଗଲିଆ ଜାଗାରେ ଗୋ ମାଫିଆ ମାନେ ବେଆଇନ ଚାଲାଣ କରିବା ଉଦ୍ଦେଶ୍ୟରେ ପ୍ରାୟ ୨୫ ଟି‌ ଷଣ୍ଢ ଓ ଗାଈମାନଙ୍କୁ ବାନ୍ଧି ରଖିଥିବା ଖବର ପାଇ ,ଗତ ଗୁରୁବାର ଦିନ,୪୨-ମୌଜା ଅଞ୍ଚଳର ବଜରଙ୍ଗ ଦଳ ଓ ଜୟ ଶ୍ରୀରାମ ସେନା ର ଗୋସେବକ ମାନେ ଘଟଣାସ୍ଥଳରେ ପହଞ୍ଚି ନିରିହ ଗୋ-ମାତାଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ଥାନାକୁ ଖବର ଦେଇଥିଲେ। ସେହି ଗୋଟିଏ ଯାଗାରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଙ୍କ ଦ୍ୱାରା ବାରମ୍ବାର ଏପରି ଗୋ-ଚାଲାଣ ଓ ଗୋ ବଂଶ ମାନଙ୍କୁ କ୍ଷତାକ୍ତ କରିବା ଘଟଣା ଯୋଗୁଁ କିଛି ସମୟ ପାଇଁ ସେଠାରେ ଶତାଧିକ ଗୋ ସେବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ଅବଶ୍ୟ ପରେ ୪୨-ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଙ୍କ ଉଦ୍ୟମରେ ଏକ ଗାଡ଼ି ବ୍ୟବସ୍ଥା କରାଯାଇ, ପୋଲିସ କର୍ମୀଙ୍କ ଉପସ୍ଥିତି ରେ, ଗୋ ସେବକଙ୍କ ସହାୟତାରେ ସମସ୍ତ ଉଦ୍ଧାର ଗୋରୁ ଗୁଡ଼ିକୁ ନିକଟସ୍ଥ ଗୋଶାଳା କୁ ପଠା ଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ଯେଉଁ ସଦର ଅଞ୍ଚଳର ସାଧାରଣ ଲୋକେ କମିସନରେଟ ପୋଲିସର ସବୁ ନିୟମ କାନୁନ ମାନି ଚଳିବାକୁ କୁହା ଯାଉଛି ସେଠାରେ ପୋଲିସ ପ୍ରଶାସନ ର ଆଖିରେ ଧୂଳି ଦେଇ କିପରି ବାରମ୍ବାର ବେଆଇନ ଗୋ ଚାଲାଣ ଓ ଗୋ ହତ୍ୟା ଉଦ୍ୟମ ସମ୍ଭବ ହେଉଛି ତାହା ଏକ ପ୍ରଶ୍ନବାଚୀ। ଦିତୀୟ କଥା ପଶୁ ହତ୍ୟା ନିରୋଧ ଆଇନ କୁ କଡା କଡ଼ି ପାଳନ କରିବା ଦିଗରେ ପୋଲିସ ର ସକ୍ରିୟତା ଉପରେ ସନ୍ଦେହ ହେବା ସ୍ବଭାବିକ। ହିନ୍ଦୁ ବହୁଳ ଅଞ୍ଚଳରେ ଏପରି ନିରୀହ ଗଓ-ବଂଶ ଙ୍କ ପ୍ରତି ଅତ୍ୟାଚାର ଏବେ ସେଠାକାର ପଶୁ ପ୍ରେମୀ, ବୁଦ୍ଧିଜୀବି ଓ ଗୋ ସେବକ ମାନଙ୍କୁ ମର୍ମାହତ କରିଛି। ଏପରି ସ୍ଥଳେ ତୁରନ୍ତ ସେହି ନିର୍ଦିଷ୍ଟ ଜାଗାରେ ରାତ୍ରୀକାଳୀନ ପୋଲିସ ପହରା ସାଂଗକୁ ତୁରନ୍ତ ଗୋ- ମାଫିଆ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜୟ ଶ୍ରୀରାମ ସେନା, ବଜରଙ୍ଗ ଦଳ କର୍ମୀ ଏବଂ ବିଶ୍ବ ଗୋ ସୁରକ୍ଷା ବାହିନୀର ରାଜ୍ୟ ସଭାପତି ଆଡଭୋକେଟ ସୁରେଶ ଚନ୍ଦ୍ର ପଣ୍ଡା ଦାବି ଜଣାଇଛନ୍ତି। କଟକରୁ ଦିପକ ଆଚାର୍ଯ୍ୟ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *