ବିଦ୍ୟୁତ ତାର ଚୋର ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ

ଫୋକସ ପ୍ଲସ(ଉଦଳା)୦୭/୦୮/୨୦୨୨ : ଦିନକୁ ଦିନ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଚୋରି, ଲୁଟ,ଛିନତାଇ ବଢ଼ି ବଢ଼ି ଚାଲିଥିବା ସହିତ ବିଦ୍ୟୁତ ତାର ଓ ବିଦ୍ୟୁତ ଖୁଣ୍ଡ ଚୋରି ମଧ୍ୟ ବଢ଼ି ଚାଲିଛି ।ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟା ଥାନା ଅଧିନସ୍ଥ ଗଡିଆମାଳ ହନୁମାନ ମନ୍ଦିର ନିକଟରେ ଏକ ବୋଲେରୋ ଗାଡ଼ିରେ ୬ଜଣ ଯୁବକ ଛିଡ଼ା ହୋଇ କିଛି ଚକ୍ରାନ୍ତ କରୁଥିବା ପୋଲିସ ବିଭାଗ ସୂଚନା ପାଇବା ପରେ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ଦୁଇଟି ହେକ୍ସ୍ ସହିତ କିଛି ବ୍ଲେଡ, ବାନ୍ଧିବା ପାଇଁ ତାର, ଏକ ଛୁରୀ ପାଇବା ପରେ ସେମାନେ ବିଦ୍ୟୁତ ତାର ଚୋରି କରୁଥିବା ଗ୍ୟାଙ୍ଗ ବୋଲି ଜାଣି ପାରିଛି ଖୁଣ୍ଟା ପୋଲିସ । ଖୁଣ୍ଟା ପୋଲିସ ସେମାନଙ୍କୁ ଅଟକ୍ କରିବା ସହିତ ଏକ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ ବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବସ୍ତା ଥାନା ଅର୍ନ୍ତଗତ ପଥୁରିଆ ଗ୍ରାମର ଉତ୍ତମ ରାମ୍ , ଅରୁଣ ରାମ୍, କରଞ୍ଜିଆ ଗ୍ରାମର କୁନୁ ସିଂ,ବାଦଲ୍ ରାମ୍ ,ମାଜନାଡିହା ଗ୍ରାମର ଆକାଶ ରାମ୍ ହୋଇଥିବା ବେଳେ ରାସଗୋବିନ୍ଦପୁର ଗ୍ରାମର ତପନ ମାରାଣ୍ଡି ବୋଲି ଜଣା ପଡିଛି । ସେମାନଙ୍କ ନାମରେ ଖୁଣ୍ଟା ଥାନାରେ ଏକ ମକଦ୍ଦମା ରୁଜୁ କରାଯାଇ କୋର୍ଟ ଚାଲାଣ କରା ଯିବ ବୋଲି ଖୁଣ୍ଟା ଥାନା ଅଧିକାରିଣୀ ସ୍ବର୍ଣଲତା ମିଞ୍ ପ୍ରକାଶ କରିଛନ୍ତି l

ଉଦଳାରୁ ରୁ ଦିଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *