ଫୋକସ ପ୍ଲସ(କଙ୍କଡ଼ାହାଡ଼)୨୮/୦୮/୨୦୨୨: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ଗାଁ ପାଖ ଖଇରମୁଣ୍ଡା ଜଙ୍ଗଲରୁ ଗୋଟିଏ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମାଈ ହାତୀଟିର ବୟସ ପ୍ରାୟ ୩୦ ବର୍ଷ ହୋଇଥିବା ସୂଚନା ରହିଛି । ତେବେ ମାଇ ହାତୀର ମୃତ୍ୟୁକୁ ସନ୍ଧେହ କରି ଜଣକୁ ଅଟକ ରଖିଥିବା ସୂଚନା ରହିଛି । ହାତୀ ଯଦି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ କରୁଛି ତେବେ ବନ ବିଭାଗର ଅଧିକାରୀମାନେ ନିଗୋଡ ନିଦ୍ରାରେ ଶୋଇଗଲେ ବୋଲି ସାଧାରଣରେ ଏକ ପ୍ରଶ୍ନ ବାଚି ସୃଷ୍ଟି ହେଇଛି। ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ଅଧିକରୁ ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ ରାଜ୍ୟରେ ହାତୀର ମୃତ୍ୟୁ ବଢ଼ୁ ଥିବା ବେଳେ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ଅଞ୍ଚଳରେ ଏହି ହାତୀ ମୃତ୍ୟୁକୁ ନେଇ ବନ ବିଭାଗ ଉପରକୁ ଏବେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । କେଉଁଠି ନା କେଉଁଠି ବନ ବିଭାଗର ଅପାରଗତା, ହାତୀ ମୃତ୍ୟୁର କାରଣ ପାଲଟିଛି । ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ବ ହାତୀ ଥିବା ବେଳେ ମହାବିରୋଡ଼ ରେଞ୍ଜରେ ପ୍ରାୟ ୨ଶହ ହାତୀ ରହୁଥିବା ସୂଚନା ରହିଛି । କେତେବେଳେ ହାତୀର ମୃତ୍ୟୁ ହେଉଛି ତ କେତେବେଳେ ମଣିଷର ମୃତ୍ୟୁ ହେଉଛି । ବର୍ଷ ତମାମ ଅଂଚଳରେ ହାତୀ ମଣିଷ ଲଢେଇ ଜାରି ରହିଛି । ଏ ନେଇ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିଲାନାହିଁ ।
କଙ୍କଡ଼ାହାଡ଼ ରୁ ପ୍ରବୀଣ ନାଏକ ଙ୍କ ରିପୋର୍ଟ ଫୋକସ ପ୍ଲସ।